ନୂଆଦିଲ୍ଲୀ: ସଞ୍ଜୁ ସାମସନ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଲଗାତାର ୩ଟି ମ୍ୟାଚରେ ଫ୍ଲପ ହୋଇଛନ୍ତି । ଏହା ପରେ ସଞ୍ଜୁଙ୍କୁ ବଡ ପରାମର୍ଶ ଦେଇଛନ୍ତି ବରିଷ୍ଠ ବ୍ୟାଟର ଆଜିଙ୍କ୍ୟ ରାହାଣେ । ରାହାଣେ କହିଛନ୍ତି, ସଞ୍ଜୁଙ୍କୁ ଅଭିଷେକ ଶର୍ମାଙ୍କ ପରି ବ୍ୟାଟିଂ କରିବାର ଆବଶ୍ୟକତା ନାହିଁ । ସାମସନଙ୍କୁ ନିଜର ପ୍ରାକୃତିକ ଖେଳ ଖେଳିବା ଉଚିତ୍ । ସାମସନ ଓ ଅଭିଷେକଙ୍କ ଯୋଡି ଦୀର୍ଘ ସମୟ ଧରି ଟି-୨୦ ଫର୍ମାଟରେ ହିଟ୍ ରହିଛି । ମାତ୍ର ଏବେ ଏଥିରେ ଅଭିଷେକ ହିଁ ସୁପରହିଟ୍ ଏବଂ ସାମସନ ସଂପୂର୍ଣ୍ଣ ବିଫଳ । ଗତ ୧୦ଟି ମ୍ୟାଚରେ ସାମସନ ଓପନର ଭାବେ ନିରାଶ କରିଛନ୍ତି ।
ଟି-୨୦ ବିଶ୍ୱକପ ୨୦୨୬ ପାଇଁ ସଞ୍ଜୁ ସାମସନଙ୍କ ଓପନିଂ ଭାବେ ସୁଯୋଗ ମିଳିବା ନେଇ ଏବେ ପ୍ରଶ୍ନ ଉଠୁଛି । କାରଣ ଗତ ୯ଟି ଇନିଂସରେ ଓପନର ଭାବେ ତାଙ୍କ ବ୍ୟାଟିଂ ହାର ୧୧.୫୫ ରହିଛି ଏବଂ ବ୍ୟାଟରୁ ଆସିଛି ୧୦୪ ରନ । ଷ୍ଟ୍ରାଇକ ରେଟ୍ ୧୩୩.୩୩ ରହିଛି । ତାଙ୍କର ଏମିତି ପ୍ରଦର୍ଶନ ଚିନ୍ତାଜନକ ଲାଗୁଛି । ଅନ୍ୟପଟେ ଅଭିଷେକ ଶର୍ମା ଖୁବ ରନ ବର୍ଷା କରୁଥିବା ବେଳେ ବ୍ୟାକଅପ ଓପନର ଭାବେ ଦଳରେ ସାମିଲ ଇଶାନ କିଶନ ନମ୍ବର ୩ରେ କମାଲ ବ୍ୟାଟିଂ କରି ସଭିଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି । ଏମିତିରେ ଆଜିଙ୍କ୍ୟ ରାହାଣେଙ୍କ ପରାମର୍ଶକୁ ସଞ୍ଜୁ ସାମସନ ମାନିବା ଉଚିତ୍ ।
କ୍ରିକବଜ ସହ ଆଲୋଚନା ବେଳେ ରାହାଣେ କହିଛନ୍ତି, ଟିମ୍ ମ୍ୟାନେଜମେଣ୍ଟ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ସମୟରେ ସଞ୍ଜୁ ସାମସନଙ୍କ ସହ ଛିଡା ହେବା ଉଚିତ୍ । ଅଭିଷେକ ଶର୍ମା ଚମତ୍କାର ଫର୍ମରେ ଥିବାରୁ ସାମସନଙ୍କ ଉପରେ ନିଶ୍ଚିତ ଚାପ ରହିବ ଯେ, ସାଥୀ ଖେଳାଳିଙ୍କ ପରି ଦ୍ରୁତ ଗତିରେ ରନ ବନାନ୍ତୁ । କିନ୍ତୁ ସାମସନଙ୍କୁ ଅଭିଷେକ ଶର୍ମାଙ୍କ ପରି ନୁହେଁ ନିଜର ପ୍ରାକୃତିକ ଖେଳ ଖେଳିବା ଉଚିତ୍ । ନିଜର ସ୍ଥାନକୁ ନେଇ ଚିନ୍ତା କରିବା ଉଚିତ୍ ନୁହେଁ । ବାସ ମିଳୁଥିବା ସୁଯୋଗର ଫାଇଦା ଉଠାଇ ଭଲ ପ୍ରଦର୍ଶନ କରିବାକୁ ପଡିବ । ନିଜ ଉପରେ ଭରସା ଏବଂ ଧୈର୍ଯ୍ୟ ରଖିବା ଉଚିତ ।
Also read: ସମାଲୋଚକଙ୍କୁ ଦୃଢ ଜବାବ ଦେଲେ ଯଶପ୍ରୀତ ବୁମରା, କହିଲେ- ମୋତେ ୬ ମାସର ସମୟ ଦେଇଥିଲେ...