ନୂଆଦିଲ୍ଲୀ: ମେକ୍ସିକୋର ଗୁଆନାଜୁଆଟ ରାଜ୍ୟର ସାଲାମାଙ୍ଗା ସହରରେ ଏକ ଫୁଟବଲ ପଡ଼ିଆରେ ରକ୍ତପାତ ହୋଇଛି । ଜଣେ ଅଜଣା ବ୍ୟକ୍ତିର ଗୁଳିମାଡ଼ରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ବ୍ୟକ୍ତି ଆହତ ହୋଇଛନ୍ତି ।
ସ୍ଥାନୀୟ ସାଲାମାଙ୍କା ମେୟର ସିଜାର ପ୍ରିଏଟୋ ସାମାଜିକ ଗଣମାଧ୍ୟମରେ ଦେଇଥିବା ସୂଚନା ଅନୁସାରେ, ଫୁଟବଲ୍ ମ୍ୟାଚ୍ ସରିବାମାତ୍ରେ ଜଣେ ବନ୍ଧୁକଧାରୀ ବ୍ୟକ୍ତି ଅନ୍ଧାଧୁନ୍ ଗୁଳିବର୍ଷା କରିଥିଲା । ଫଳରେ ପଡ଼ିଆରେ ହିଁ ୧୦ ବ୍ୟକ୍ତି ଟଳିପଡ଼ିଥିଲେ ଏବଂ ଆଉ ଜଣେ ବ୍ୟକ୍ତିଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ଗୁରୁତରଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ନାବାଳକ ରହିଛନ୍ତି । ମେୟର କହିଛନ୍ତି ଯେ ଏହି ଆକ୍ରମଣ ସହରରେ ଏକ "ଅପରାଧ ଲହରୀ"ର ଏକ ଅଂଶ ଏବଂ ହିଂସା ନିୟନ୍ତ୍ରଣ ପାଇଁ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମଙ୍କୁ ସହାୟତା ପାଇଁ ନିବେଦନ କରାଯାଇଛି । ଗୁଆନାଜୁଆଟ ରାଜ୍ୟର ପବ୍ଲିକ ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟ କହିଛି ଯେ ଏହା ଅଞ୍ଚଳରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଫେଡେରାଲ କର୍ତ୍ତୃପକ୍ଷଙ୍କ ସହିତ ତଦନ୍ତ ଏବଂ ସମନ୍ୱୟ ରକ୍ଷା କରାଯାଇଛି ।
ଉଲ୍ଲେଖ ଯୋଗ୍ୟ, ଗୁଆନାଜୁଆଟରେ ଗତ ବର୍ଷ ମେକ୍ସିକୋର ସର୍ବାଧିକ ହତ୍ୟାକାଣ୍ଡ ଘଟିଥିଲା। ସାଣ୍ଟା ରୋଜା ଡି ଲିମା ନାମକ ଏକ ସ୍ଥାନୀୟ ଗ୍ୟାଙ୍ଗ୍ ଏବଂ ଜାଲିସ୍କୋ ନ୍ୟୁ ଜେନେରେସନ୍ କାର୍ଟେଲ ମଧ୍ୟରେ ବିବାଦ ଲାଗିରହିଛି । କିନ୍ତୁ ମେକ୍ସିକୋ ସରକାରଙ୍କ ଅନୁଯାୟୀ, ୨୦୨୫ ମସିହାରେ ଦେଶବ୍ୟାପୀ ହତ୍ୟା ହାର ୨୦୧୬ ପରଠାରୁ ସର୍ବନିମ୍ନ ଥିଲା । ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରେ ୧୭.୫ ପ୍ରତିଶତ ହତ୍ୟାହାର ଥିଲା ।