ଆନନ୍ଦପୁର:ଜମି ବିବାଦକୁ ନେଇ କେନ୍ଦୁଝର ଆନନ୍ଦପୁରରେ ବିଭତ୍ସ ହତ୍ୟା। ଘରୋଇ କଳିରୁ ଘଟିଛି ଟ୍ରିପଲ ମର୍ଡର। ଘଷିପୁରା ଥାନା ନିଆଳିଝରଣ ଗାଁର ଏ ଅଭାବନୀୟ ଘଟଣା। ଜମିବାଡ଼ି ବିବାଦରୁ ବଡ଼ଭାଇ, ଭାଉଜ ଓ ଝିଆରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସାନ ଭାଇ। ଜମିବାଡ଼ି କଳହକୁ କେନ୍ଦ୍ରକରି ଲକ୍ଷ୍ମଣ ସୋରେନ ନିଜ ବଡ଼ ଭାଇ ଜିତେନ୍ଦ୍ର ସୋରେନଙ୍କ ସମେତ ତାଙ୍କ ପତ୍ନୀ ଓ ଝିଅଙ୍କୁ ଟାଙ୍ଗିଆରେ ହାଣି ଜଘନ୍ୟ ଭାବେ ହତ୍ୟା କରିଛି। ମୃତକମାନେ ହେଲେ ଜିତେନ୍ଦ୍ର ସୋରେନ, ମାଳତୀ ସୋରେନ, ମମି ସୋରେନ।
ହତ୍ୟାକାଣ୍ତ ପରେ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ଏହି ଘଟଣାରେ ଜିତେନ୍ଦ୍ରଙ୍କ ବଡ଼ ଭାଇ ତଥା ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମଣ ସୋରେନଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଛି। ଅନ୍ୟ ୨ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି।
ପୋଲିସ ସୂଚନା ଅନୁଯାୟୀ, ସାନ ଭାଇ ଜିତେନ୍ଦ୍ର ଓ ବଡ଼ ଭାଇ ଲକ୍ଷ୍ମଣ ସୋରେନଙ୍କ ପରିବାର ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ଦୀର୍ଘଦିନ ଧରି କହଳ ଲାଗି ରହିଥିଲା। ଅନେକ ସମୟରେ ଦୁଇ ପରିବାର ମଧ୍ୟରେ ମାରପିଟ୍ ହୋଇଥିଲେ। ରବିବାର ସନ୍ଧ୍ୟା ୭ଟାରେ ପୁଣି ଥରେ ଏହି ଘଟଣାକୁ ନେଇ ୨ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଜିତେନ୍ଦ୍ରଙ୍କ ବଡ଼ ଭାଇ ଲକ୍ଷ୍ମଣ, ଅନ୍ୟଜଣେ ଭାଇ ବୈଦ୍ୟନାଥ ସୋରେନ ଓ ତାଙ୍କ ପୁତୁରା ତଥା ବୈଦ୍ୟନାଥ ପୁଅ ମିଳିତ ଭାବେ ଜିତେନ୍ଦ୍ର, ମାଳତୀ ଏବଂ ସସ୍ମିତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ।