ନୂଆଦିଲ୍ଲୀ: ଭାରତ ସୋମବାର ନିଜର ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ଏହି ଅବସରରେ ଭାରତ ପ୍ରତି ସମଗ୍ର ବିଶ୍ୱରୁ ଶୁଭେଚ୍ଛାର ବାର୍ତ୍ତା ଛୁଟୁଛି । ଏହି କ୍ରମରେ ଭାରତ ପାଇଁ ଚୀନରୁ ଏକ ଖାସ ସନ୍ଦେଶ ଆସିଛି । ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ସୋମବାର ଏକ ସନ୍ଦେଶ ଜାରି କରି ଭାରତକୁ ଗଣତନ୍ତ୍ର ଦିବସର ଶୁଭକାମନା ଜଣାଇଛି । ଏହା ସହିତ ଭାରତ ଓ ଚୀନ ସମ୍ବନ୍ଧକୁ ପ୍ରଶଂସା କରିଛନ୍ତି ସି ଜିନପିଙ୍ଗଙ୍କ ସରକାର । ଚୀନର ସରକାରୀ ସମାଚାର ସିନହୁଆ କହିଛି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଠାଯାଇଥିବା ଗଣତନ୍ତ୍ର ଦିବସର ଶୁଭକାମନାରେ ଜିନପିଙ୍ଗ ଭାରତ ଓ ଚୀନକୁ ଉତ୍ତମ ପଡୋଶୀ, ବନ୍ଧୁ ଏବଂ ଭାଗିଦାରୀ ଦର୍ଶାଇଛନ୍ତି ।
ଋିପୋର୍ଟ ମୁତାବକ ସି ଜିନପିଙ୍ଗ କହିଛନ୍ତି, ଗତ ବର୍ଷରେ ଚୀନ ଓ ଭାରତ ସଂପର୍କରେ ଉନ୍ନତି ଆସିଛି । ବୈଶ୍ୱିକ ଶାନ୍ତି ଓ ସମୃଦ୍ଧି ବଜାୟ ରଖିବା ଏବଂ ପ୍ରୋତ୍ସାହନ ଦେବା ପାଇଁ ଏହା ବହୁତ ମହତ୍ୱପୂର୍ଣ୍ଣ । ଚୀନ ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଚୀନ ସର୍ବଦା ମାନି ଆସିଛି ଯେ, ଉତ୍ତମ ପଡୋଶୀ, ବନ୍ଧୁ ଓ ସହଭାଗୀ ରହିବା ଚୀନ ଓ ଭାରତ ଉଭୟଙ୍କ ପାଇଁ ଉଚିତ୍ ବିକଳ୍ପ ।
ଏହି ଅବସରରେ ସି ପିନପିଙ୍ଗ ପୁଣି ଥରେ ଚୀନ ଓ ଭାରତର ଭାଗିଦାରୀକୁ ହାତୀ ଓ ଡ୍ରାଗନର ଯୁଗଳବନ୍ଦୀ ଭାବେ ପରିଭାଷିତ କରିଛନ୍ତି । ସେ କହିଛନ୍ତି, ଭାରତ ଓ ଚୀନ ଏକତ୍ର ଭାରତ ଓ ଡ୍ରାଗନ ପରି ନାଚି ନାଚି ଆଗକୁ ବଢିବେ । ଆଶା କରୁଛି ଉଭୟ ପକ୍ଷ ଭବିଷ୍ୟତରେ ଆଦାନ-ପ୍ରଦାନ ଓ ସହଯୋଗକୁ ପ୍ରୋତ୍ସାହନ ଦେବେ । ସୁସ୍ଥ ଏବଂ ସ୍ଥିର ସମ୍ବନ୍ଧକୁ ପ୍ରୋତ୍ସାହନ ଦେବା ପାଇଁ ପରସ୍ପରର ଚିନ୍ତାକୁ ଦୂର କରିବେ ।
ସୂଚନାଯୋଗ୍ୟ, ଜିନପିଙ୍ଗଙ୍କ ଏହି ଟିପ୍ପଣୀ ଏମିତି ସମୟରେ ଆସିଛି ଯେବେ ଭାରତ ଓ ଚୀନ ସମ୍ବନ୍ଧରେ ଗତ ଏକ ବର୍ଷ ଧରି ମଧୁରତା ଆସିଛି । ଦୁଇ ଦେଶ ମଧ୍ୟରେ ତିକ୍ତତା କମିବା ସହ କୂଟନୈତିକ ସ୍ତରରେ ଦ୍ୱିପାକ୍ଷିକ ଆଲୋଚନା ଠିକ ଟ୍ରାକରେ ରହିଛି । ଏହା ପୂର୍ବରୁ ୨୦୨୦ରେ ଗଲୱାନ ଘାଟିରେ ହିଂସା ପରେ ଦେଶ ମଧ୍ୟରେ ତିକ୍ତତାପୂର୍ଣ୍ଣ ସମ୍ବନ୍ଧ ଚରମରେ ପହଞ୍ଚିତିଲା ।
Also read: ତୁଷାରପାତର ଆବରଣ ତଳେ ଆତଙ୍କବାଦୀଙ୍କ ଅନୁପ୍ରବେଶ ସମ୍ଭାବନା, ସତର୍କରେ ସେନା