ଗୌହାଟୀ: ଅଭିଷେକ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ରେ ଇତିହାସ ରଚିଛନ୍ତି। ସେ ଭାରତ ପାଇଁ ଦ୍ଵିତୀୟ ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ବ୍ୟାଟର ହୋଇଛନ୍ତି। ସେ ମାତ୍ର ୧୪ ବଲ୍ରେ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏହି ଇନିଂସରେ ପାଞ୍ଚଟି ଚୌକା ଏବଂ ଚାରିଟି ଛକା ସାମିଲ୍। ଅଭିଷେକ ଭାରତ ପାଇଁ ଦ୍ଵିତୀୟୟ ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ଏବଂ ବିଶ୍ଵର ତୃତୀୟ ଦ୍ରୁତତମ ବ୍ୟାଟର ହୋଇଛନ୍ତି।
ଭାରତ ପାଇଁ ଦ୍ଵିତୀୟ ଦ୍ରୁତତମ ଅର୍ଦ୍ଧଶତକ
ଯୁବରାଜ ସିଂହ ଆନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକର ରେକର୍ଡ ରଖିଛନ୍ତି। ସେ ୨୦୦୭ ଟି-୨୦ ବିଶ୍ୱକପ୍ରେ ଇଂଲଣ୍ଡ ବିପକ୍ଷରେ ୧୨ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ଆଇସିସି ପୂର୍ଣ୍ଣ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଦ୍ରୁତତମ ଅର୍ଦ୍ଧଶତକ ପାଇଁ ବିଶ୍ଵ ରେକର୍ଡ।
୧୨ ବଲ୍ - ଯୁବରାଜ ସିଂହ
୧୪ ବଲ୍ - ଅଭିଷେକ ଶର୍ମା
୧୬ ବଲ୍ - ହାର୍ଦ୍ଦିକ ପାଣ୍ଡ୍ୟା
ବିଶ୍ଵର ତୃତୀୟ ଦ୍ରୁତତମ ଅର୍ଦ୍ଧଶତକ
ଅଭିଷେକ ଶର୍ମା ୧୪ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ଆଇସିସି ପୂର୍ଣ୍ଣ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ତୃତୀୟ ଦ୍ରୁତତମ ଅର୍ଦ୍ଧଶତକ। ନାମ୍ବିଆର ଜାନ ଫ୍ଲିଙ୍କ ୧୩ ବଲ୍ରେ ଟି-୨୦ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଅଭିଷେକ ଶର୍ମା ଏବେ ନ୍ୟୁଜିଲାଣ୍ଡର କଲିନ୍ ମୁନରୋଙ୍କ ସହ ସମକକ୍ଷ ହୋଇଛନ୍ତି, ଯିଏ ୨୦୧୬ରେ ଶ୍ରୀଲଙ୍କା ବିପକ୍ଷରେ ୧୪ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ।
୧୨ ବଲ୍ - ଯୁବରାଜ ସିଂହ
୧୩ ବଲ୍ - ଜାନ୍ ଫ୍ରାଇଲିଙ୍କ୍
୧୪ ବଲ୍ - କଲିନ୍ ମୁନରୋ
୧୪ ବଲ୍ - ଅଭିଷେକ ଶର୍ମା
Also read: ଅଭିଷେକ-ସୂର୍ଯ୍ୟଙ୍କ ଝଡ଼ରେ ଉଡ଼ିଗଲା କିଓ୍ଵି ଟିମ୍, ୬୦ ବଲରେ ଜିତିଲା ଟିମ୍ ଇଣ୍ଡିଆ