କେନ୍ଦ୍ରାପଡା ; କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବକ୍ତାରପୁର ଛକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଦୋକାନରେ ନିଆଁ ଲାଗି ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମହିଳା ଜଣଙ୍କ କମଳା ସାହୁ ବୋଲି ଜଣାପଡିଛି ।
ସୂଚନା ଅନୁସାରେ ସବୁଦିନ ପରି ଆଜି ମଧ୍ୟ କମଳା ବକ୍ତରପୁର ଛକରେ ଥିବା ନିଜର ପାନ ଦେକାନକୁ ଯାଇଥିଲେ ଏବଂ ଦୋକାନ ଖୋଲି ଧୂପ ଦେବା ପରେ ଗ୍ରାହକଙ୍କ ଅପେକ୍ଷାରେ ବସିଥିଲେ କମଳା । ଆଉ ଏହି ସମୟରେ ପାଖରେ ବିକ୍ରି କରିବାକୁ ରଖିଥିବା ପେଟ୍ରୋଲରେ ନିଆଁ ଲାଗିବାରୁ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଆଖି ପିଛୁଳାକେ ଚାରିଆଡେ ନିଆଁ ବ୍ୟାପି ଯାଇଥିଲା ।
ଏହାପରେ ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ଦୀର୍ଘ ଦୁଇଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିବା ପରେ ଦୋକାନ ଭିତରୁ ଦୋକାନୀ ମାଲିକାଣି କମଳା ସାହୁଙ୍କ ମୃତଦେହ ଉଦ୍ଧକ୍ଷର କରିଥିଲା । ଯାହାକୁ ନେଇ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
ଅଧିକ ପଢନ୍ତୁ ; ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ଗୁରୁତର, ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା