ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ସେପଟେ ମାଓ ପ୍ରବଣ ଅଞ୍ଚଳ ସୁନାବେଡ଼ାରେ ମତଦାନ ସମ୍ପୂର୍ଣ୍ଣ ହୋଇଛି । ସୁନାବେଡ଼ାରେ ୮ଟି ଅତି ସମ୍ବେଦନଶୀଳ ବୁଥରେ ମତଦାନ ଶେଷ ହୋଇଛି । ପୋଲିଂ ପାର୍ଟିମାନେ ବାୟୁ ସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଫେରିଛନ୍ତି । ଗୋତମା ଏୟାରଷ୍ଟ୍ରିପରେ ଇଭିଏମ ମେସିନ ସହିତ ପୋଲିଂ ଅଧିକାରୀମାନେ ସୁରୁଖୁରେ ପହଁଚିଛନ୍ତି । ଏଠାରେ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏ ମତଦାନ ହୋଇଛି । ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଘଣ୍ଟାଏ ପୂର୍ବରୁ ମତଦାନ ସମାପନ ହୋଇଛି । ଅନ୍ୟପକ୍ଷରେ ନୂଆପଡ଼ାର ଅନ୍ୟାନ୍ୟ ବୁଥଗୁଡ଼ିକରେ ମତଦାନ ଜାରି ରହିଛି ।
ସେହିପରି ସକାଳ ଆଜି ସକାଳ ୯ଟା ପର୍ଯ୍ୟନ୍ତ ୧୪.୯୯% ମତଦାନ ହୋଇଥିଲା । ସେହିପରି ପୂର୍ବାହ୍ନ ୧୧ଟା ସୁଦ୍ଧା ନୂଆପଡ଼ାରେ ୩୨.୫୧% ଭୋଟିଂ ମତଦାନ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ୭୨.୩୧% ମତଦାନ ହୋଇଛି ।
ନୂଆପଡ଼ା ଉପନିର୍ବାଚନରେ ଦୁଇ ଜଣ ପ୍ରିଜାଇଡିଂ ଅଫିସର ନିଲମ୍ବିତ ହୋଇଛନ୍ତି । ସିନାପାଲ୍ଲୀ ୪୬ ନଂ ବୁଥ୍ର ପ୍ରିଜାଇଡିଂ ଅଫିସର ସନ୍ଦୀପ ସ୍ବାଇଁଙ୍କୁ ସସ୍ପେଣ୍ଡ କରାଯାଇଛି। ସେହିପରି କୁଳିଆବନ୍ଧ ୩୬ ନଂ ବୁଥର ପ୍ରିଜାଇଡିଂ ଅଫିସର ଧନଞ୍ଜୟ ମଲ୍ଲିକଙ୍କୁ ସସ୍ପେଣ୍ଡ୍ କରାଯାଇଛି । ଭୋଟରଙ୍କ ଗୋପନୀୟତା ଉଲ୍ଲଙ୍ଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।