ଭୁବନେଶ୍ୱର: ଆଜି ବିଧାନସଭା ଅଧିବେଶନର ଦଶମ ଦିନ। ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ। ବିଧାୟକମାନେ ରାଜ୍ୟର ବିଭିନ୍ନ ସମସ୍ୟା ଉପରେ ପ୍ରଶ୍ନ କରୁଥିବା ବେଳେ ବିଭାଗୀୟ ମନ୍ତ୍ରୀମାନେ ଏହାର ଉତ୍ତର ରଖୁଛନ୍ତି। ଏହି କ୍ରମରେ ରାଜ୍ୟର କେତେଜଣ ପୋଲିସ ଦୁର୍ନୀତିରେ ଜଡିତ ହୋଇ ଗିରଫ ହୋଇଛନ୍ତି ବୋଲି ପ୍ରଶ୍ନ ଉଠିଥିଲା? ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଢ ବର୍ଷ ମଧ୍ୟରେ ୨୦ ଜଣ ପୁଲିସ ଅଧିକାରୀଙ୍କୁ ଭିଜିଲାନ୍ସ ବାନ୍ଧିଛି। ସେ କହିଛନ୍ତି, ଦେଢ ବର୍ଷରେ ୨୭୧ ଜଣ ସରକାରୀ କର୍ମଚାରୀ ବିଭିନ୍ନ ମାମଲାରେ ଗିରଫ ହୋଇଛନ୍ତି। ୧୭୪ ଜଣ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି। ୩୩ ଜଣ ଚାକିରିରୁ ବହିଷ୍କୃତ ହୋଇଛନ୍ତି। ୬୫ ଜଣ ସରକାରୀ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି।
ଅଧିକ ପଢନ୍ତୁ: ଏମଭି-୨୬ ଓ ରାଖାଲଗୁଡ଼ାରେ ଧାରା ୧୬୩ ଜାରି, ଆବାସିକ ବିଦ୍ୟାଳୟ ବନ୍ଦ