ବରଗଡ଼: ସୋମବାର ସକାଳୁ ସକାଳୁ ବରଗଡ଼ ସହରରେ ଏକ ଅଗ୍ନିକାଣ୍ଡ ଘଟିଯାଇଛି । ଅଗ୍ନିକାଣ୍ଡରେ ଏକ ଚଷମା ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ପାଖ ଦୋକାନ ଆଂଶିକ କ୍ଷତିଗ୍ରସ୍ତ ହୋଇଛି ।
ସୂଚନା ଅନୁସାରେ ସୋମବାର ସକାଳ ୯ ଘଣ୍ଟା ସମୟରେ ବରଗଡ଼ କୋର୍ଟ ସମ୍ମୁଖରେ ଥିବା ମାର୍କେଟ କମ୍ପ୍ଲେକ୍ସର ପି ଏଣ୍ଡ ଜି ଅପ୍ଟିକାଲ ଦୋକାନରେ ହଠାତ୍ ନିଆଁ ଲାଗିଥିଲା । ଯାହା ଧୀରେ ଧୀରେ ବ୍ୟାପିବା ଫଳରେ ପାଖ ଦୋକାନ ଗୁଡିକ ମଧ୍ୟ ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ଏନେଇ ଖବର ପାଇ ବରଗଡ଼ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିବା ଦେଖିବାକୁ ମିଳିଛି ।
ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡରେ ଦୋକାନ ଭିତରେ ଥିବା ସବୁ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।