କଟକ: ବାରବାଟୀ ଟି-ଟ୍ବେଣ୍ଟି ଟିକେଟ କଳାବଜାରୀ ଅଭିଯୋଗରେ ୪ଜଣ ଦଲାଲଙ୍କୁ ପୋଲିସ୍ ଗିରଫ କରିଛି। । ସେମାନଙ୍କ ନିକଟରୁ ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚର ୨୧ଟି ଟିକେଟ୍ ପୋଲିସ ଜବତ କରିଛି। ବିଡାନାସୀ ପୋଲିସ ଦ୍ବାରା ୨ ଜଣ ଗିରଫ ହୋଇଛନ୍ତି ଓ ଅଭିଯୁକ୍ତମାନଙ୍କ ଠାରୁ ୧୨ ଟିକେଟ ଜବତ ହୋଇଛି । ଏପଟେ ଦରଘା ବଜାର ପୋଲିସ ଦ୍ବାରା ମଧ୍ଯ ୨ ଜଣ ଗିରଫ ହେବା ସହ ୯ ଟିକେଟ ଜବତ ହୋଇଛି ।
ସୂଚନାଯୋଗ୍ୟ ,ଚଳିତଥର ହେବାକୁ ଥିବା ମ୍ୟାଚ ପାଇଁ ମୋଟ ୪୨ ହଜାର ଟିକେଟ ଭିତରୁ କାଉଣ୍ଟରକୁ ଆସିଥିଲା ମାତ୍ର ୧୦ ହଜାର ଟିକେଟ। ଅନ ଲାଇନ ପ୍ଲାଟଫର୍ମରେ ୨ ହଜାର ଟିକେଟ ବିକ୍ରୀ ହୋଇଛି । ତେବେ ଅଫଲାଇନ ଟିକେଟ ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା କିଛି ଶ୍ରମିକ ଶ୍ରେଣୀର ମହିଳା ଏବଂ ପୁରୁଷ ଯିଏ କି ଖେଳ ବିଷୟରେ ନ ଜାଣି ମଧ୍ଯ ଟିକେଟ ନେଇଛନ୍ତି। ତେବେ ଏହା ପରେ ଅନେକ ଲୋକ ଟିକେଟ ନେଇଛନ୍ତି ସେମାନଙ୍କ ମଧ୍ଯରୁ କିଛି କଳାବଜାରୀ କରୁଛନ୍ତି ବୋଲି ଅନୁମାନ କରାଯାଇଛି।
ତେବେ ଆସନ୍ତାକାଲି ଅର୍ଥାତ୍ ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ ପ୍ରେମୀଙ୍କ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି । ଉଭୟ ଦଳର ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚି ସାରିଥିବା ବେଳେ ଭାରତୀୟ ଦଳର ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ରବିବାର ସନ୍ଧ୍ୟାରେ ଏକାକୀ ପ୍ରାକ୍ଟିସ୍ ପାଇଁ ବାରବାଟୀ ଷ୍ଟାଡିୟମ୍ରେ ପହଞ୍ଚିଥିଲେ । ଆଜି ସାଢ଼େ ୧ଟାରୁ ସାଢେ ୪ ପର୍ୟ୍ଯନ୍ତ ଭାରତୀୟ ଦଳ ପଡ଼ିଆରେ ଅଭ୍ୟାସ କରିବେ। ସେଥିପାଇଁ ଖେଳାଳି ମାନେ ପଡିଆରେ ପହଞ୍ଚି ସାରିଛନ୍ତି। ଏହା ପରେ ସନ୍ଧ୍ୟାରେ ଫ୍ଲଡ ଲାଇଟରେ ଦକ୍ଷିଣ ଆଫ୍ରିକା ଦଳ ଅଭ୍ୟାସ କରିବେ। ସାଧାରଣ ଦର୍ଶକଙ୍କ ପାଇଁ ନେଟ୍ ପ୍ରାକ୍ଟିସ ଦେଖିବା ଲାଗି ୨ଟି ଗ୍ୟାଲେରି ଖୋଲାରହିବ ।