ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ମରାମତି ପାଇଁ ଖର୍ଚ୍ଚ ହୋଇଛି ୫୦ ଲକ୍ଷ ଟଙ୍କା। ସେହିପରି ଅନ୍ୟ ଏକ ସରକାରୀ ବାସଭବନର ମରାମତିରେ ଖର୍ଚ୍ଚ ହୋଇଛି ୨୩ ଲକ୍ଷରୁ ଅଧିକ ଟଙ୍କା। ଏନେଇ ବିଧାନସଭାରୁ ଆସିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ବିଧାନସଭାରେ ପ୍ରଶ୍ନ କରିଥିଲେ ଯେ,ରାଜ୍ୟରେ ନୂଆ ସରକାର ଆସିବା ପରେ ବିଭିନ୍ନ ମନ୍ତ୍ରୀମାନଙ୍କୁ ଦିଆଯାଇଥିବା କ୍ୱାର୍ଟର୍ସଗୁଡ଼ିକର ମରାମତି ଏବଂ ନବୀକରଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହେଇଛି ଏବଂ ସମସ୍ତ ମନ୍ତ୍ରୀମାନଙ୍କର ଅଲଗା ଅଲଗା ଖର୍ଚ୍ଚ ତାଲିକା ପ୍ରଦାନ କରିବାକୁ ସେ ଅନୁରୋଧ କରିଥିଲେ ।
ତେବେ ବିଜେଡି ବିଧାୟକଙ୍କ ପ୍ରଶ୍ନରେ ଏନେଇ ଗୃହରେ ଉତ୍ତର ରଖିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ମରାମତି ପାଇଁ ଖର୍ଚ୍ଚ ହୋଇଛି ୫୦ ଲକ୍ଷ ଟଙ୍କା। ସେହିପରି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ସରକାରୀ ବାସଭବନ ମରାମତିରେ ଖର୍ଚ୍ଚ ହୋଇଛି ୨୮ ଲକ୍ଷ ୨୧ ହଜାର ୨୩୦ଟଙ୍କା। ଏହା ପରେ ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ବାସଭବନ ମରାମତି କାର୍ଯ୍ୟରେ ୨୫ ଲକ୍ଷ ୭୪ ହଜାର ୬୭୨ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କର ଖର୍ଚ୍ଚ ହୋଇଛି ୨୫ ଲକ୍ଷ ୭୨ ହଜାର ୫୧୭ ଟଙ୍କା। ନିଜ ସରକାରୀ ବାସଭବନରେ ସବୁଠାରୁ କମ ଖର୍ଚ୍ଚ କରିଥିବା ମନ୍ତ୍ରୀ ହେଉଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ଅଧିକ ପଢନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗର ୯୧% ସମାଧାନ ହୋଇଛି : ଆଇନ ମନ୍ତ୍ରୀ