କେନ୍ଦ୍ରାପଡା: ରବିବାର ଗହୀରମଥାରେ ବେଆଇନ ଭାବରେ ମାଛ ଧରୁଥିବା ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି । ୩୪ ଜଣ ମତ୍ସ୍ୟଜୀବୀଙ୍କ ସହ ୨ଟି ଟ୍ରଲରକୁ ଗିରଫ କରିଛି ବନ ବିଭାଗ । କଇଁଛଙ୍କ ସୁରକ୍ଷାଙ୍କ ପାଇଁ ନିଷିଦ୍ଧାଂଚଳରେ ମତ୍ସ୍ୟଜୀବିମାନେ ମାନେ ମାଛ ମାରୁଥିବା ଯୋଗୁଁ ସେମାନଙ୍କୁ ଗିରଫ କରାଯାଇଥିବା ବେଳେ ଗିରଫ ମତ୍ସ୍ୟଜୀବୀମାନେ ବାଲେଶ୍ୱର ଓ ମୟୂରଭଂଜର ବୋଲି ଜଣାପଡିଛି ।
ସୂଚନାଅନୁସାରେ, ଏହି ସମୟ ହେଉଛି ଅଲିଭ ରିଡ୍ଲେଙ୍କ ଗଣ ଅଣ୍ଡାଦାନ ଋତୁ । ତେଣୁ ସରକାରଙ୍କ ପକ୍ଷରୁ ଗତ ନଭେମ୍ବର ୧ରୁ ୭ ମାସ ପର୍ଯ୍ୟନ୍ତ ଧାମରାରୁ ଦେବୀ ନଦୀ ମୁହାଣ ପର୍ଯ୍ୟନ୍ତ ୨୦ କିଲୋମିଟର ଦୂର ଯାଏ ସାମୁଦ୍ରିକ ଅଞ୍ଚଳରେ ଟ୍ରଲରରେ ମାଛଧରା ଉପରେ କଟକଣା ଲାଗୁ ହୋଇଛି । ଆଉ ଏହି ସମୟରେ ନିୟମ ଉଲଙ୍ଘନ କରିବାରୁ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି ।