କଟକ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍କା ଲାଗିଛି। ପ୍ରଥମ ଓଭରରେ ପ୍ରଥମ ଉଇକେଟର ପତନ ଘଟିଛି। ଶୁବମନ ଗିଲ୍ ୪ ରନ କରି ଆଉଟ ହୋଇଛନ୍ତି। ଶୁବମନ ଗିଲ୍ଙ୍କ ପରେ ପରେ ସୂର୍ୟ୍ଯ କୁମାର ଯାଦବ ଆଉଟ ହୋଇଛନ୍ତି।
ଆଜିର ମ୍ୟାଚରେ ଗିଲ୍ ଏବଂ ଅଭିଶେକ ଶର୍ମା ଇନିଂସ ଓପନ କରିଥିଲେ। ଅଭିଶେକ ପ୍ରଥମ ବଲରେ ସିଗଲ ରନ କରିଥିଲେ। ୨ ବଲରେ ଗିଲ୍ ଚଉକା ମାରିଥିଲେ। ୩ୟ ବଲରେ ବଡ଼ ଶଟ୍ ମାରିବାକୁ ଯାଇ ସେ ଲଙ୍ଗ ଅନ୍ରେ କ୍ୟାଚ ଆଉଟ୍ ହୋଇଯାଇଥିଲେ। ପ୍ରଥମ ଓଭର ଖେଳ ଶେଷ ସୁଦ୍ଧା ଦଳ ୧ ଉଇକେଟ ବିନିମୟରେ ୫ ରନ ସଂଗ୍ରହ କରିଛି। ଦକ୍ଷିଣ ଆଫ୍ରିକା ବୋଲର ଲୁଙ୍ଗି ଏନଗିଡି ଦଳକୁ ପ୍ରଥମ ସଫଳତା ଦେଇଛନ୍ତି।