ସମ୍ବଲପୁର: ଜିଲ୍ଲାର କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରି ପାହାଡ଼ ଉପରୁ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ହେଲେ ହୀରାକୁଦ ଆଇଟିଆଇ ଅଞ୍ଚଳର ଅଭୟ କୁମାର ଦାସ l ସେ ଗତକାଲିଠାରୁ ନିଖୋଜ ଥିଲେ ବୋଲି ଜଣାପଡ଼ିଛି । ଅଭୟଙ୍କୁ ହତ୍ୟା କରାଯାଇଥିବାର ପରିବାର ଲୋକ ଅଭିଯୋଗ କରିଛନ୍ତି ।
ପରିବାର ଲୋକଙ୍କ କହିବା ମୁତାବକ, ଅଭୟ ଗତକାଲି ଅପରାହ୍ନ ସମୟରୁ ଘରୁ ବାହାରି ସମ୍ବଲପୁର ଯାଇଥିଲେ । କିନ୍ତୁ ଆଉ ଘରକୁ ଫେରି ନଥିଲେ । ବିଳମ୍ବ ହେବାରୁ ପରିବାର ଲୋକେ ଏବଂ ତାଙ୍କ ସାଙ୍ଗସାଥୀ ଖୋଜା ଖୋଜି କରୁଥିଲେ l ତେବେ ଆଜି ଲକ୍ଷ୍ମୀ ଡୁଙ୍ଗୁରି ପାହାଡ଼ ତଳେ ଅଭୟଙ୍କ ସ୍କୁଟି ରହିଥିବା ବେଳେ ଉପରେ ତାଙ୍କ ମୃତ ଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି l ପରିବାର ଲୋକେ ପୋଲିସକୁ ଖବର ଦେବା ପରେ ତାଙ୍କ ମୃତ ଦେବକୁ ଜବତ କରାଯାଇଛି ।
ସେପଟେ ଅଭୟଙ୍କ ସାଙ୍ଗ କରନ ପ୍ରେମ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି l କରନ କହିଛନ୍ତି ଯେ ଅଭୟଙ୍କର ବୁର୍ଲାର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା l ଗତକାଲି ଅଭୟକୁ ସେହି ଯୁବତୀ ସନ୍ଧ୍ୟାରେ ଫୋନ କରି ଲକ୍ଷ୍ମୀ ଡୁଙ୍ଗୁରି ପାହାଡ଼ ପାଖକୁ ଡାକିଥିଲା l ତାପର ଠାରୁ ଅଭୟଙ୍କ ଫୋନ ଲାଗୁନାହିଁ l ଯୁବତୀଙ୍କୁ ପଚାରଉଚରା କଲେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ସେ କହିଛନ୍ତି । ତେବେ ଅଭୟଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି ଅତିରିକ୍ତ ଏସପି ଶ୍ରୀମନ୍ତ ବାରିକ କହିଛନ୍ତି l