ଭୁବନେଶ୍ବର : ସରକାର ପାଚିକାଙ୍କ ଦୁଃଖ ପୂର୍ବରୁ ଶୁଣିଛନ୍ତି । ପାଚିକାଙ୍କ ଦରମା ବୃଦ୍ଧି ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ପ୍ରତିକ୍ରିଯୟା ରଖି କହିଛନ୍ତି, ସ୍କୁଲ ଓ ଅଙ୍ଗନବାଡ଼ିରେ କାର୍ଯ୍ୟ କରୁଥିବା ପାଚିକାଙ୍କ ଦରମା ୧ ହଜାର ଟଙ୍କା ବୃଦ୍ଧି ହୋଇଛି । ପୂର୍ବରୁ ପାଚିକାଙ୍କ ଦରମା ୨ ହଜାର ଟଙ୍କା ଥିଲା,ହେଲେ ଏହା ଏବେ ୩ ହଜାର ଟଙ୍କା ହୋଇଛି । ତେଣୁ ସେମାନେ ସେମାନେ ଆଉ ଆନ୍ଦୋଳନକୁ ଆସିବାର ଆବଶ୍ୟକତା ନାହିଁ । ସବୁବେଳେ ଆନ୍ଦୋଳନରେ ବସିଲେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବ । ଦରମା ତ ବୃଦ୍ଧି ହେଲା, ପୁଣି ଆନ୍ଦୋଳନ ଠିକ୍ ନୁହେଁ । କିଛି ଦିନ କାମ କରନ୍ତୁ, ସବୁବେଳେ ଆନ୍ଦୋଳନ କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ କହିଛନ୍ତି ।
ସେପଟେ କିନ୍ତୁ ୭ ଦଫା ଦାବି ନେଇ ଦୁଇ ଦିନ ଧରି ଲୋୟର ପିଏମଜିରେ ରାଜ୍ୟ ପାଚକ ପାଚିକା ମହାସଂଘ ଧାରଣାରେ ବସିଛି। ତେବେ ଦରମା ବୃଦ୍ଧି ଦାବି ନ ହେବା ଯାଏ ଧାରଣା ସ୍ଥଳରୁ ହଟିବେ ନାହିଁ ବୋଲି ସଂଘ କହିଛି।