ରାଉରକେଲା:ଆଖିବୁଜିଲେ ସୁନ୍ଦରଗଡ଼ ଛାତ୍ରୀ, ପଟ୍ରୋଲ ଢାଳି କରିଥିଲେ ଆତ୍ମହତ୍ୟା ଉଦ୍ୟମ । ରାଉରକେଲା ସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲରେ ଆଖିବୁଜିଛନ୍ତି ନାବାଳିକା । ସେପଟେ ସୁନ୍ଦରଗଡ଼ ପୋଲିସ ଘଟଣାର ତଦନ୍ତ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇଛି ।
ସୂଚନା ଅନୁଯାୟୀ, ଜଣେ ପୁରୁଷ ମୃତ ନାବାଳିକାଙ୍କୁ ବାରମ୍ବାର ହଇରାଣ କରୁଥିଲା । ଶେଷରେ କିଛି ଉପାୟ ନପାଇ ନାବାଳିକା ଜଣଙ୍କ ପଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହାପରେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଥିବା ବର୍ଣ୍ଣ ଓ୍ୱାର୍ଡରେ ନାବାଳିକାଙ୍କ ଚିକିତ୍ସା ଚାଲିଥିଲା । ଏହି ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମେଡିକାଲ ଯାଇ ନାବାଳିକାକୁ ଭେଟିଥିଲେ ଏବଂ ଆବଶ୍ୟକ ପଡିଲେ ଅଧିକ ଚିକିତ୍ସା ଲାଗି ଭୁବନେଶ୍ୱର କିମ୍ବା ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯିବ ବୋଲି କହିଥିଲେ । ହେଲେ ତାପୂର୍ବରୁ ଆଖି ବୁଜିଛନ୍ତି ନାବାଳିକା । ଜୀବନ ଯୁଦ୍ଧରେ ସଂଗ୍ରାମ କରି ହାରିଯାଇଛନ୍ତି ରାଜରାଙ୍ଗପୁର ନାବାଳିକା । ମୃତ୍ୟୁ ଖବର ଶୁଣି ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି । ସେପଟେ ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି ଜେଲ ପଠାଇଛି । ବାକି ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ଛାନ୍ଭିନ୍ ଜାରି ରଖିଛି ପୋଲିସ ।