ଯାଜୁପର: ଫେଲ୍ ମାରିଛି ବସୁଧା ଯୋଜନା । ଜଳ ଯୋଗାଣ ସଂସ୍ଥା ବିଲ୍ ପୈଠ ନ କରିବାରୁ ବିଦ୍ୟୁତ ବିଭାଗ ବିଜୁଳି କାଟି ଦେଇଛି । ଫଳରେ ପାଞ୍ଚଦିନ ହେଲାଣି ଗାଁକୁ ଆସୁନି ପାଣି । ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ ହେଉଛି ଗ୍ରାମବାସୀ । ଏଭଳି ଏକ ଖବର ଆସିଛି ଯାଜୁପୁର ଜିଲ୍ଲା ବିଚିତ୍ରପୁର ପଞ୍ଚାୟତ ଅବଦଲପୁର ଗ୍ରାମରୁ ।
ପୂର୍ବ ବିଜେଡି ସରକାର ସମୟରେ ବସୁଧା ଯୋଜନାରେ ଘର ଘରକୁ ପାନୀୟଜଳ ପହଁଚାଇବା ଯୋଜନା ହୋଇଥିଲା ହେଲେ ଅନେକ ଜାଗାରେ ଲୋକେଙ୍କ ପାଖରେ ପାଣି ପହଁଞ୍ଚି ପାରୁନାହଁ, ଯେଉଁଠି ପହଁଚିଛି ସେଠାରେ ଟ୍ୟାପ ଭଙ୍ଗା ତ ଆଉ କେଉଁଠି ପାଇପ୍ ଫଟା । ଏହି ଭଳି ବ୍ୟବସ୍ଥାରେ ଚାଲିଛି ବସୁଧା ଯୋଜନା । ଅବଦଲପୁର ଗ୍ରାମ ଲୋକେ ୫ଦିନ ହେବ ପାଣିପାଇଁ ହନ୍ତସନ୍ତ ହେଉଛନ୍ତି । ଗ୍ରାମାଞ୍ଚଳକୁ ଜଳ ଯୋଗାଣ ସଂସ୍ଥା RWSS ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଲେ ବିଦ୍ୟୁତ ବିଭାଗ କରେଣ୍ଟ କାଟିଛନ୍ତି ସେଥିପାଇଁ ଆମେ କିଛି କରି ପାରିବୁ ନାହିଁ । ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କୁ ପଚାରିଲେ ସେ କହୁଛନ୍ତି ଆମର ୬ମାସ ହେବ ବିଜୁଳି ବିଲ୍ ପୈଠ କରାଯାଇନାହିଁ ସେଥିପାଇଁ ଆମେ ବିଦ୍ୟୁତ କାଟିଛୁ ।
ଅନ୍ୟପକ୍ଷରେ ପଞ୍ଚାୟତ ଅଫିସର ସସ୍ମିତା ପଣ୍ଡା କହିଛନ୍ତି ଯେ ସରପଞ୍ଚ ଦେବାଶିଷ ପଣ୍ଡା ନାହାଁନ୍ତି l ବୁଢା ଘାଟ ନିକଟରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ସରପଞ୍ଚ ଦେବାଶିଷ ପଣ୍ଡାଙ୍କ ନାମରେ ମଧ୍ୟ ଅଭିଯୋଗ ରହିଛି l ଗତ ୨୦ ତାରିଖ ବୁଧବାର ଦିନ ବିଧାୟକ ହିମାଂଶୁଙ୍କୁ ଆକ୍ରମଣ ମାମଲା ଫେରାର ଅଛନ୍ତି ସରପଞ୍ଚ ଦେବାଶିଷ ପଣ୍ଡା ।