କଟକ: ଆଜି ସକାଳୁ ସକାଳୁ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଟକ ଜିଲ୍ଲା ବାରଙ୍ଗ ଥାନା ଗୋଡ଼ିସାହି-ମୁଣ୍ଡଳି କେନାଲ ରାସ୍ତାରେ ଦୁର୍ଘଟଣା ଘଟିଛି । ଏକ ହାଇଓ୍ବା ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟି ୨ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ଆଜି ସକାଳେ ଗୋଡ଼ିସାହି-ମୁଣ୍ଡଳି କେନାଲ ରାସ୍ତାରେ ଏକ ହାଇଓ୍ବା ମୁଣ୍ଡଳୀ ଆଡକୁ ଯାଉଥିବା ସମୟରେ ବାଇକଟି ବିପରୀତ ଦିଗରୁ ଆସୁଥିଲା । ଏହି ସମୟରେ ଦୁର୍ଘଟଣା ଘଟିଥିଲା । ହାଇଓ୍ବା ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ୨ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଯାଇଥିଲା ।
ଏନେଇ ସ୍ଥାନୀୟ ଲୋକେ ଗୋଡିସାହି ଫାଣ୍ଡି ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ମୃତକ ୨ ଜଣଙ୍କର ପରିଚୟ ମିଳିନାହିଁ । ପୋଲିସ ଘଟଣାର ତଦନ୍ତ ଜାରି କରିଛି ।