ରାୟଗଡ଼ା: ଭିଜିଲାନ୍ସ ପଞ୍ଝାରେ ୪ ଜଣ ସରକାରୀ ବାବୁ । ମନରେଗାରେ ୨୦ ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଗିରଫ କରାଯାଇଛି । ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ଭିଜିଲାନ୍ସ ସେମାନଙ୍କୁ ଗିରଫ କରିଛି । ତେବେ ଗିରଫ ୪ ଜଣ ହେଉଛନ୍ତି ଜଳ ଓ ମୂର୍ତ୍ତିକା ସଂରକ୍ଷଣ ବିଭାଗର କର୍ମଚାରୀ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଳ ବିଭାଜିକା ବିଭାଗର ସରକାରୀ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ନାଏକ ଥିବା ବେଳେ ମୂର୍ତ୍ତିକା ସଂରକ୍ଷଣ ବିଭାଗର ୩ କର୍ମଚାରୀ ଯୋଗେନ୍ଦ୍ର ଖୋସଲା, ଦୀପକ କୁମାର ସାହୁ, ଏବଂ ଶ୍ରୀକୁମାର ନାୟକ ରହିଛନ୍ତି ।
ସୂଚନା ମୁତାବିକ ଏହି ସରକାରୀ ବାବୁ ମାନେ ମନରେଗାରେ ୨୦ ଲକ୍ଷ ଟଙ୍କା ଆତ୍ମସାତ କରିଥିଲେ । ରାୟଗଡାର କାଶୀପୁରରେ ୨୩ଟି ପୋଖରୀ ନ ଖୋଳି ଟଙ୍କା ହଡ଼ପ କରିଥିଲେ । ଏହି ଅଭିଯୋଗ ଆଧରରେ ଉକ୍ତ ଚାରି ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ। ତେବେ ଗିରଫ ହୋଇଥିବା ଏହି ସରକାରୀ ବାବୁ ୨୦ ଲକ୍ଷ ଟଙ୍କାକୁ ଜବ କାର୍ଡ ଥିବା ଶ୍ରମିକଙ୍କ ଆକାଉଣ୍ଟରେ ଜମା କରି ଉଠାଇ ନେଇଥିବା ଜଣାପଡିଛି। ଏହି ମାମଲାର ଅଧିକ ଯାଞ୍ଚ ଚାଲିଛି।
ଅଧିକ ପଢନ୍ତୁ: ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ: ତତ୍ପରତା ଦେଖାଇଲା ସ୍ୱାସ୍ଥ୍ୟ ବିଭାଗ; ବ୍ୟସ୍ତ ନ ହେବାକୁ ସଚିବଙ୍କ ପରାମର୍ଶ