ଆଠଗଡ : ଦିନକୁ ଦିନ ବଢିଚାଲିଛି ବଡ଼ବଡ଼ିଆ ବାବୁ ମାନଙ୍କର ଦୁର୍ନୀତି। ଲାଞ୍ଚ ନେଇ ଧରପଡୁଛନ୍ତି ଉଚ୍ଚପଦସ୍ଥ ଅଧିକାରୀ। ତେବେ ପୁଣି ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଆଉ ଜଣେ ବଡ଼ ବାବୁ। ସେ ହେଉଚନ୍ତି ତିଗିରିଆ ଥାନାର ଏଏସଆଇ ପ୍ରଦୀପ କୁମାର ବେହେରା। ଯିଏ ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି।
ତେବେ ଏଏସଆଇ ପ୍ରଦୀପ କୁମାର ବେହେରା ଏକ ଫୌଜଦାରୀ ମାମଲାର ରଫାଦଫା ନିମନ୍ତେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏହାପରେ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ। ଏହାସହିତ ପ୍ରଦୀପଙ୍କୁ ଅଟକ ରଖି ଅଧିକ ଖୋଳତାଡ ମଧ୍ୟ ଆରମ୍ଭ କରିଛି ଭିଜିଲାନ୍ସ।
ତେବେ ଅଧିକ ତଦନ୍ତରୁ ଜଣାପଡ଼ିଛି ଯେ କିଛି ଦିନ ତଳେ ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁ ର ଏକ ଦଳିତ ମାମଲାର ସମାଧାନ କରାଇବା ନିମନ୍ତେ ପାଞ୍ଚ ହଜାର ଟଙ୍କା ନେବା ପାଇଁ ଦାବି କରିଥିଲେ ପ୍ରଦୀପ ବେହେରା। ଆଗରୁ ମଧ୍ୟ ଏଭଳି ଘଟଣା ନେଇ ତିଗିରିଆ ଥାନାରେ ଅଭିଯୋଗ ହୋଇଥିଲା। ପ୍ରଦୀପଙ୍କ ନାମରେ ପୂର୍ବରୁ ଏଭଳି ଲାଞ୍ଚ ଦାବି କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ତେଣୁ ଏହା କଥା ସତ୍ୟାସତ୍ୟ ନେଇ ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ।