ଭୁବନେଶ୍ୱର : ପୁଣି ଥରେ ବଢିଲା ସୁନା ଦାମ୍। ୯୮ ହଜାର ଛୁଇଁବ ସୁନା। ତେବେ ଦିନକୁ ଦିନ ସୁନା ଦର ବଢୁଥିବା ଦେଖି ଚିନ୍ତାରେ ଗ୍ରାହକ। କିଛି ଦିନ ତଳେ ସୁନା ଦର ହ୍ରାସ ହୋଇଥିବା ବେଳେ ପୁଣି ଥରେ ସୁନା ଦାମ ଲକ୍ଷେ ଛୁଇଁବାକୁ ଗଲାଣି।
ତେବେ ଆଜି ମଧ୍ୟ ସୁନା ଦର ବଢ଼ିଛି। ଆଜି ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୭,୯୧୦ ଟଙ୍କା ରହିଛି। ଯାହା ଗତକାଲି ୯୭,୪୨୦ ଟଙ୍କା ଥିଲା। ତେବେ ଗୋଟିଏ ଦିନରେ ୪୯୦ ଟଙ୍କା ବୃଦ୍ଧି ପାଇଛି ସୁନା। ଏପରିକି ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୯,୭୫୦ ଟଙ୍କା ରହିଛି। ଯାହା ଗତକାଲି ୮୯,୩୦୦ ଥିଲା। ଏଥିରେ ମଧ୍ୟ ୪୫୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି ୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୩,୪୪୦ ଟଙ୍କା ରହିଛି
ତେବେ ଯଦି ଦେଖିବା କେବଳ ସୁନା ନୁହେଁ ରୂପା ଦର ମଧ୍ୟ ବୃଦ୍ଧି ପାଇଛି। ଆଜିର ଦିନରେ ୧୦୦ ଗ୍ରାମ୍ ରୁପା ଦାମ୍ ୧୧,୨୦୦ ରହିଛି। ତେବେ ଗତକାଲି ୧୧,୧୦୦ ଥିଲା। ଏଥିରେ ମଧ୍ୟ ଦିନକରେ ୧୦୦ ଟଙ୍କା ବୃଦ୍ଧି ହୋଇଛି। ତେବେ ବାରମ୍ବାର ଏହିପରି ସୁନାର ଦାମ ବଢ଼ିଲେ ଆଉ କିଛି ଦିନ ମଧ୍ୟରେ ଏହା ୧ ଲକ୍ଷ ଟଙ୍କାକୁ ଛୁଇଁପାରେ ବୋଲି ଅନୁମାନ କରାଯାଉଛି। ତେଣୁ ଏ ନେଇ ଚିନ୍ତାରେ ସାଧାରଣ ଗ୍ରାହକ।