ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେଉଁଠି ଘର ଭିତରେ ପାଣି ପଶିଯାଇଛି ତ ଆଉ କେଉଁଠି ପ୍ରବଳ ବର୍ଷାରୁ ରାସ୍ତାଘାଟରେ ବର୍ଷାପାଣିର ଲହଡି ଖେଳୁଛି । ଏହାରି ଭିତରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଓ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକରେ ଘର କାନ୍ଥ ଭୁସୁଡି ପଡିଛି । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ ଏକ ଛୋଟ ଶିଶୁଟି ଜେଜେବାପାଙ୍କ ସହ ଘର ପାଖକୁ ଯାଉଥିବା ସମୟରେ ହଠାତ ଘର କାନ୍ଥ ଭୁସୁଡି ପଡିଥିଲା । ଫଳରେ ୪ ବର୍ଷର ଶିଶୁ ପୁତ୍ର ପ୍ରାଣ ହରାଇଥିଲା । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସେହିପରି ଅନୁଗୋଳର ବଅଁରପାଳ ବ୍ଲକ୍ ସାନକେରଜାଙ୍ଗ ଗାଁରେ ଘର କାନ୍ଥ ଭୁଶୁଡି ଜଣେ ବୃଦ୍ଧ ପ୍ରାଣ ହରାଇଛନ୍ତି। ବୃଦ୍ଧ ଓ ତାଙ୍କର ଦୁଇ ନାତୁଣୀ ଘରେ ଶୋଇଥିବା ସମୟରେ ଘର କାନ୍ଥ ଭୁସୁଡି ପଡିଥିଲା । ଫଳରେ ବୃଦ୍ଧ ଜଣଙ୍କ ମୃତ୍ୟୁ ହୋଇଛି