ଭୁବନେଶ୍ୱର: ରାଜ୍ୟରେ ପୁଣି ବର୍ଷାକୁ ନେଇ ସତର୍କ କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ୬ଟି ଜିଲ୍ଲା ପାଇଁ ନାଓକାଷ୍ଟ ସତର୍କତା ଜାରି କରି ଆସନ୍ତା ୩ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହୋଇପାରେ ବୋଲି ସୂଚନା ଦିଆଯାଇଛି।
IMD ପକ୍ଷରୁ ୧ଟା ୧୫ ମିନିଟ୍ରେ ଜାରି ହୋଇଥିବା ନାଓକାଷ୍ଟ ଅନୁସାରେ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ବିଶେଷ କରି କଟକ ଓ ଭୁବନେଶ୍ୱର ସହରରେ ମଧ୍ୟ ହାଲୁକାରୁ ମଧ୍ୟମ ବର୍ଷା ସହ ବଜ୍ରପାତ ହୋଇପାରେ। ତେଣୁ ଏହି ଅଞ୍ଚଳର ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବା ସହ ପରିସ୍ଥିତି ଖରାପ ହେଲେ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି।
ବଜ୍ରପାତ ସମୟରେ ଖୋଲା ସ୍ଥାନ, ଗଛ ତଳେ କିମ୍ବା ବିଦ୍ୟୁତ ଖୁଣ୍ଟ ନିକଟରେ ନରହିବାକୁ ସତର୍କତା ଅବଲମ୍ବନ କରିବା ଜରୁରୀ। ଆବଶ୍ୟକ ନଥିଲେ ଏହି ସମୟରେ ଯାତାୟାତ ନକରିବାକୁ ମଧ୍ୟ କୁହାଯାଇଛି। ଆଗାମୀ କିଛି ଘଣ୍ଟା ପାଇଁ ସତର୍କ ରହିବା ସହ ପାଣିପାଗରେ ହେଉଥିବା ପରିବର୍ତ୍ତନ ଉପରେ ନଜର ରଖିବାକୁ ସମ୍ପୃକ୍ତ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି।