କୋରାପୁଟ; କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ଲଙ୍ଗଳପାକନା ଘାଟିରେ ଏକ ଅଘଟଣ ଘଟିଯାଇଛି । ଭାରସାମ୍ୟ ହରାଇ ଏକ ଲୁହା ବୋଝେଇ ଟ୍ରକ ଘାଟି ତଳକୁ ଓଲଟି ପଡିଛି । ଯାହା ଫଳରେ ଡ୍ରାଇଭର ଜଣଙ୍କ ଗାଡି ଭିତରେ ଚାପି ହୋଇ ରହିଯାଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ଏକ ଲୁହା ବୋଝେଇ ଟ୍ରକ ରାଇଘର ଠାରୁ ତାମିଲନାଡୁ ଅଭିମୁଖେ ଆସୁଥିଲା । ଏହି ସମୟରେ ଭାରସାମ୍ୟ ହରାଇ ଟ୍ରକଟି ଲଙ୍ଗଳପାକନା ଘାଟିରେ ଓଲଟି ପଡିଛି । ଯାହା ଫଳରେ ଡ୍ରାଇଭର ଜଣଙ୍କ ଗାଡି ଭିତରେ ଚାପି ହୋଇ ରହିଯାଇଛନ୍ତି । ତେବେ ଏନେଇ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ରେଢାଖୋଲ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡିଛି ।