ଭଦ୍ରକ: କାଳୀପୂଜା ପାଇଁ ଉତ୍ସବମୁଖର ବିଭିନ୍ନ କାଳୀମଣ୍ଡପ । ଏହି ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶର ଆଜି ତୃତୀୟ ଦିନରେ ରାଜରାଜେଶ୍ୱରୀ ବେଶରେ ପୂଜା ପାଉଛନ୍ତି । ମା’ଙ୍କର ଏହି ବେଶକୁ ଦର୍ଶନ କରିବା ପାଇଁ ପୀଠରେ ସକାଳୁ ଶହ ଶହ ଭକ୍ତମାନଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳିଛି । ବିଶ୍ୱାସ ରହିଛି ଏହି ବେଶରେ ମାଙ୍କୁ ଦର୍ଶନ କଲେ ସମସ୍ତ ସୁଖ ଶାନ୍ତି ଲାଭ ହୋଇଥାଏ ।
ଏହି ବେଶରେ ମା’ଙ୍କର ମୁଖମଣ୍ଡଳ ପଦ୍ମବର୍ଣ୍ଣ ଥିବା ବେଳେ ଚତୁର୍ହସ୍ତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମକୁ ଧାରଣ କରି ଚତୁର୍ଦ୍ଧାମୂର୍ତ୍ତିରେ ଭକ୍ତମାନଙ୍କୁ ମା ଦର୍ଶନ ଦେଇଛନ୍ତି । ଏହିଦିନ ତୁଳସି ପତ୍ର ସହିତ ବେଲ ପତ୍ର ନୈବେଦ୍ୟ ରେ ପଡି ଭୋଗ ହୋଇଥାଏ । ତେବେ ପ୍ରଥମ ଦିନରେ ମା ବେଦମାତା ବେଶରେ ପୂଜା ପାଉଥିଲେ। ବେଦମାତା ବେଶ ପରେ ମା ମହାକାଳି ବେଶରେ ଦର୍ଶନ ଦେଇଥିବା ବେଳେ ଆଜି ମା ରାଜରାଜେଶ୍ୱରି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ପିଠରେ ଗିତା ପାଠ ,ଶତଚଣ୍ଡି ପାଠ ,ହୋମ ଯଜ୍ଞ ଚାଲୁ ରହିଛି। ଦୂରଦୂରାନ୍ତରୁ ମାଙ୍କୁ ଦର୍ଶନ କରିବା ପାଇଁ ପିଠରେ ଭିଡ ଦେଖିବା କୁ ମିଳିଛି ।