ବ୍ରହ୍ମପୁର: ବ୍ରହ୍ମପୁର ପିତବାସ ପଣ୍ଡା ହତ୍ୟା ଘଟଣାର ରହସ୍ୟ ଧିରେ ଧିରେ ସାମ୍ନାକୁ ଆସୁଛି। ଆଜି ବ୍ରହ୍ମପୁପ ଏସପି ପ୍ରେସମିଟ କରିଛନ୍ତି। ଏହି ପ୍ରେସମିଟକୁ ଆଧାର କରି ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ଅପରିପକ୍ବତାର ପରିଚୟ ଦେଖାଯାଇଛି। ସାମ୍ବାଦିକ ସମ୍ମିଳନୀରେ ନିଜ ପାର୍ଟିର ଅସାମାଜିକ ତତ୍ତ୍ଵ ମାନଙ୍କ ସଂପୃକ୍ତି ସମ୍ବନ୍ଧରେ ନିଜର ସଫେଇ ଦେଇଛି। ବିଜେଡ଼ିର ପ୍ରବକ୍ତା ମାନେ ଅନେକ ଗୁଡ଼ିଏ ଗମ୍ଭୀର ଆରୋପ କରିଛନ୍ତି।
ତେବେ ସାମ୍ବାଦିକ ସମ୍ମିଳନୀକୁ ନେଇ ରାଜ୍ୟ ବିଜେପି ଉପସଭାପତି ଯତୀନ ମହାନ୍ତି କହିଛନ୍ତି ଯେ, ପିତବାସ ପଣ୍ଡା ହତ୍ୟାକାଣ୍ଡକୁ ନେଇ ରାଜନୀତି କରାନଯାଉ । ସମସ୍ତଙ୍କ ପାଇଁ ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ନ୍ୟାୟର ତଦନ୍ତରେ ସମସ୍ତେ ସହଯୋଗ କରନ୍ତୁ। ଯେଉଁମାନଙ୍କ ସମ୍ପୃକ୍ତି ଅଛି ସେମାନେ ତଦନ୍ତ ପରିସରକୁ ଆସିବେ। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ସଠିକ୍ ତଦନ୍ତ ପାଇଁ।
ସେ ଆହୁରି କହିଛନ୍ତି ଯେ, ବିଜେଡିର ବୟାନ ବାଜି ଛୋଟପିଲା ପରି ମନେ ହେଉଛି । ଗତ ୨୪ ବର୍ଷ ଧରି ଗଞ୍ଜାମ ଜିଲ୍ଲାରେ ଅପରାଧୀଙ୍କ ଅପରାଧାର ସଂଖ୍ୟା ବୃଦ୍ଧି ପାଉଥିଲା। ଅସାମାଜିକ ତତ୍ତ୍ଵ ମାନଙ୍କୁ ସେତେବେଳର ସରକାର ପ୍ରୋତ୍ସାହନ ଦେବା ସହ ରାଜନୀତିରେ ବ୍ୟବାହର କରୁଥିଲା। ଗଞ୍ଜାମକୁ ୨୪ ବର୍ଷ ଧରି କିଏ ସେନ୍ସିଟିଭ ଜାଗା କରିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ସେଇ ଜିଲ୍ଲାରୁ ପ୍ରତିନିଧିତ୍ଵ କରୁଥିଲେ। ଗୁଣ୍ଡା ମାନଙ୍କୁ କିଏ ୨୪ ବର୍ଷ ଧରି ପ୍ରୋଟେକ୍ସନ୍ ଦେଉଥିଲା। ପୋଲିସ ଯାହା କହିଛି ତାହାକୁ ନ୍ୟାୟାଳୟରେ ପ୍ରମାଣ କରିବାକୁ ପଡ଼ିବ। ବିଚାର ପରିସରକୁ ସମସ୍ତେ ଆସିବେ। ତଦନ୍ତ ସମୟରେ ଗୋଟିଏ ରାଜନୈତିକ ଦଳ ପକ୍ଷରୁ ଏଭଳି ମନ୍ତବ୍ୟ ଅପରିପକ୍ବତାର ପରିଚୟ ଦେଉଛି। ଏ କଥାରୁ ସମସ୍ତେ ଦୂରେଇ ରହିବା ଉଚିତ୍। ନ୍ୟାୟ ପ୍ରକ୍ରିୟାରେ ସମସ୍ତଙ୍କୁ ନ୍ୟାୟ ମିଳିବ। ସମସ୍ତେ ରାଜନୈତିକ ଦଳ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ। ଏହି ବ୍ୟାଧି ବନ୍ଦ ହେବ। ସେଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ଯେଉଁମାନେ ଅପରାଧୀ ସେମାନେ ଅପରାଧୀ। ଯେଉଁ ଦଳ, ଜାତି, ଧର୍ମର ହୁଅନ୍ତୁନା କାହିଁକି। ଅପରାଧକୁ ନେଇ ରାଜନୀତି ନହେଉ।
ତେବେ ତଦନ୍ତ ପ୍ରକ୍ରିୟା ଚାଲିଛି। ଅଭିଯୋଗ କଲେ ହେବ ନାହିଁ। ଯାହା ପାଖରେ ଯାହା ସୂଚନା ଅଛି ତାହା କୋର୍ଟରେ ଦେଇପାରିବେ। ହେଲେ ଏଭଳି ପ୍ରଶ୍ନ କରିବା ସମ୍ପୂର୍ଣ୍ଣ ଅପରିପକ୍ବତା ଏବଂ ପିଲାଳିଆମିର ପରିଚୟ ଦେଉଛି ବୋଲି କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ।