ମୁମ୍ବାଇ: ଏହି ଦୀପାବଳିରେ ଆୟୁଷ୍ମାନ ଖୁରାନା ଏବଂ ରଶ୍ମିକା ମନ୍ଦାନ୍ନାଙ୍କ ଏକ ସିନେମା ବକ୍ସ ଅଫିସରେ ଆଲୋଡନ ସୃଷ୍ଟି କରିଛି । ସେମାନଙ୍କର ଫିଲ୍ମ "ଥାମା" ସିନେମା ହଲରେ ମୁକ୍ତିଲାଭ କରିଛି ଏବଂ ଏହା ହିଟ୍ ହୋଇଛି। "ଥାମା" ରେ ଆୟୁଷ୍ମାନ ଏବଂ ରଶ୍ମିକାଙ୍କ ସହିତ ନୱାଜୁଦ୍ଦିନ ସିଦ୍ଦିକି ଏବଂ ପରେଶ ରାୱଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମଟି ମ୍ୟାଡକ୍ ହରର୍ କମେଡି ୟୁନିଭର୍ସର ଏକ ଅଂଶ। ଫିଲ୍ମର ଏକ ଦୃଶ୍ୟ ଲୋକଙ୍କୁ ଅନୁମାନ କରିବାକୁ ବାଧ୍ୟ କରିଛି ଯେ ଆୟୁଷ୍ମାନ ଖୁରାନା ବରୁଣ ଧାୱନଙ୍କ "ଭେଡ଼ିଆ୨" ରେ ମଧ୍ୟ ନଜର ଆସିବେ।
ବରୁଣ ଧାୱନଙ୍କ "ଭେଡ଼ିଆ"୨୦୨୨ ରେ ମୁକ୍ତିଲାଭ କରିଥିଲା, ଯେଉଁଥିରେ ସେ ଏକ ୱେୟାରୱଲ୍ଫ ଭୂମିକାରେ ଅଭିନୟ କରିଥିଲେ। "ଥାମା" ରେ ଆୟୁଷ୍ମାନ ଖୁରାନାଙ୍କ ସହିତ ଭେଡିଆ ଲଢ଼ୁଥିବାର ନଜର ଆସିଛନ୍ତି । ଆୟୁଷ୍ମାନ ଖୁରାନା ଏହ ମୁଭିରେ ଏକ ପିଶାଚ ପ୍ରାଣୀର ଭୂମିକାରେ ନଜର ଆସିଛନ୍ତି ଯାହା ବେତାଲ ନାମରେ ଜଣାଶୁଣା।
ବରୁଣ ଧାୱନ "ସ୍ତ୍ରୀ ୨" ରେ ମଧ୍ୟ ଦେଖାଦେଇଥିଲେ। "ସ୍ତ୍ରୀ ୨" ରେ, ବରୁଣ ଏକ ଆଘାତ ଯୋଗୁଁ ଏକ ୱେୟାରୱଲ୍ଫରେ ପରିଣତ ହେବାର କ୍ଷମତା ହରାଇଛନ୍ତି। ତାଙ୍କର ଶକ୍ତି ପୁନର୍ବାର ପାଇବା ପାଇଁ, ତାଙ୍କୁ ବେତାଲର ରକ୍ତ ଆବଶ୍ୟକ। ତେଣୁ ‘ଥାମା’ରେ ଉଭୟଙ୍କ ମଧ୍ୟରେ ମଧ୍ୟରେ ଯୁଦ୍ଧ ହୋଇଥିଲା।
ତେବେ ଦର୍ଶକ ମାନେ ଭେଡିଆ ୨ ରେ ଆୟୁଷ୍ମାନ ଖୁରାନା ଏବଂ ବରୁଣ ଧାୱନଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ପାଇବେ। ଭେଡିଆ ୨ ରେ ୱେୟାରୱଲ୍ଫ ଏବଂ ବେତାଲଙ୍କ ମଧ୍ୟରେ ସଂଘର୍ଷ ନିଶ୍ଚିତ ଭାବରେ ଦର୍ଶକଙ୍କ ଅନେକ ମନୋରଞ୍ଜନ କରିବ ବୋଲି ଆଶା କରାଯାଉଛି। 'ଥାମା'ର ବକ୍ସ ଅଫିସ୍ କଲେକ୍ସନ ପ୍ରଥମ ଦିନରେ ୨୪ କୋଟି ସଂଗ୍ରହ କରି ଅନେକ ଫିଲ୍ମ ରେକର୍ଡ ଭାଙ୍ଗିଛି। 'ଥାମା' ଲୋକମାନଙ୍କୁ ଅତ୍ୟନ୍ତ ମନୋରଞ୍ଜନ କରୁଛି।