ରାଜଧାନୀ ଭୁବନେଶ୍ୱରର ୟୁନିଟ ୧ ପରିବା ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ନିଆଁ ଲାଗି ଜଳିଯାଇଛି ୧୫ରୁ ୨୦ଟି ଦୋକାନ। ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ପହଂଚି ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି।
ନିଆଁ ଏତେ ଭୟାନକ ବେଗରେ ମାଡୁଛି ଯେ,ଏଥିପାଇଁ ୧୧ଟି ଅଗ୍ନିଶମ ଗାଡି ନିଆଁକୁ ଆୟତ କରିବାରେ ନିୟୋଜିତ ଅଛନ୍ତି। ତେବେ ନିଆଁ କିପରି ଲାଗିଲା ତାହାର କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରିନି। ନିଆଁ ଲାଗିବାରୁ ପୁରା ପରିବା ମାର୍କେଟ୍ ଧୂଆଁମୟ ହୋଇପଡିଛି। ସେପଟେ ଅଗ୍ନିକାଣ୍ଡ ପରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ୍ ଉପସ୍ଥିତିରେ ଗୋଡାଇ ଗୋଡାଇ ପିଟିବା ଏବଂ ଚେୟାର ଉଠାଇ ଆକ୍ରମଣ କରିବାର ଦୃଶ୍ୟ ସାମ୍ନାକୁ ଆସିଛି। ଦୋକାନୀ ଦୋକାନୀ ମଧ୍ୟରେ ବିବାଦରୁ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି।