ଅନୁଗୁଳ: ସାମାନ୍ୟ ବଚସାରୁ ତୁମୁଳକାଣ୍ଡ । ଅନୁଗୁଳରେ ଗୋଷ୍ଠୀ ସଂଘର୍ଷ ଭୟଙ୍କର ରୂପ ନେଇଛି । ଯାହା ଫଳରେ ଗୋଟିଏ ଗୋଷ୍ଠୀ ମହିଳାଙ୍କୁ ମାଡ ମାରିବା ସହ ତାଙ୍କ ଘର ଓ ସ୍କୁଟି ଜାଳିଦେଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ଦୀପାବଳୀ ସଂଧ୍ୟାରେ ସହର ଉପକଣ୍ଠ କମଣ୍ଡ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ଗୋଟିଏ ଗୋଷ୍ଠୀ ଜଣେ ମହିଳାଙ୍କୁ ମାଡ ମାରିବା ସହ ଘର ଓ ସ୍କୁଟି ଜାଳିଦେଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତଲା ଦିଆଯାଇଛି । ଏହାସହ ଗାଁରେ ଚାପା ଉତେଜନା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ ରହିଥିବା ଜଣାପଡିଛି ।