ବିନିକା: ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବାଇକ। ଫଳରେ ଚାଲିଗଲା ବାଇକ ଚାଳକଙ୍କ ଜୀବନ। ମୃତ ଯୁବକ ଜଣକ ହେଉଛନ୍ତି ବିନିକା ଥାନା ଭ୍ରମରପାଳି ଗ୍ରାମର ଯୁଦ୍ଧମନ୍ୟୁ ଦୁଆରି। ତେବେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବେଳପଡା ମଗରକୁନ୍ଦା ପୋଲ ନିକଟରେ ଘଟିଛି ଏହି ଦୁର୍ଘଟଣା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।
ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ସମୟରେ ଭ୍ରମରପାଳି ଗ୍ରାମର ଯୁଦ୍ଧମନ୍ୟୁ ଦୁଆରି ଘରୁ ଖାଇସାରି ଧାନ ମିଲକୁ କାମ କରିବାକୁ ଯାଉଥିଲେ। ଏହି ସମୟରେ ହଠାତ ସେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଥିଲେ। ଏହାପରେ ତୁରନ୍ତ ସ୍ଥାନୀୟ ଲୋକେ ଦୁର୍ଘଟଣା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଖବରପା ପୋଲ ତଳୁ ବାଇକ ଚାଳକଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୋଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।
ଦୀପାବଳିରେ ଗୋଷ୍ଠୀ ସଂଘର୍ଷ; ମହିଳାଙ୍କୁ ମାଡ ମାରିବା ସହ ଜାଳିଦେଲେ ଘର ଓ ସ୍କୁଟି