କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ରେଂଜରେ ଏକ ବାଘ ବୁଲୁଥିବାର ସୂଚନା ମିଳିଛି । ଏହାସହ ବାଘର ପାଦଚିହ୍ନ ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ ଘଟଗାଁ ରେଂଜ ବାଲିପୋଖରୀ ବିଟ ଅଧିନସ୍ତ ବାରବାଙ୍କ ଜଙ୍ଗଲରେ କଲରାପତରିଆ ବାଘ ଥିବା ସୂଚନା ମିଳିଛି । ବାଘକୁ ଟ୍ରାକ କରିବା ପାଇଁ ବନବିଭାଗ ଜଙ୍ଗଲରେ କ୍ୟାମେରା ଲଗାଇଥିବା ବେଳେ ବାଘର ପାଦଚିହ୍ନ ଠାବ ହୋଇଥିବା ଦେଖିବାକୁ ମିଳିିଛି । ଯେଉଁଥିପାଇଁ ସ୍ଥାନୀୟ ଅଂଚଳର ଲୋକମାନେ ଭୟଭୀତ ହୋଇଥିବା ବେଳେ ଜଙ୍ଗଲ ଭିତରକୁ ନଯିବା ପାଇଁ ଲୋକମାନଙ୍କୁ ବାରଣ କରାଯାଇଛି ।
ସେପଟେ ସମ୍ବଲପୁର ଜିଲ୍ଲା ରେଢାଖୋଲରେ ମଧ୍ୟ ଆତଙ୍କ ଖେଳାଉଛି କଲରାପତରିଆ ବାଘ । ୨ ଦିନରେ ବାଘଟି ଗୋଟିଏ ଗାଈ ଓ ୩ଟି ଛେଳି ଖାଇଦେଇଥିବା ଜଣାପଡିଛି । ଯାହାକୁ ନେଇ ବନବିଭାଗ ଘଟଣାର ତଦନ୍ତ ଜାରି ରଖିଛି ।