ବୌଦ୍ଧ: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇଛନ୍ତି ବିଜୁ ଜନତା ଦଳର ନେତା । ବୌଦ୍ଧ ପୋଲିସ ୨ ଜଣ ବିଜେଡ଼ି ନେତାଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ କଣ୍ଟାମାଳର ବିପିନ ପ୍ରଧାନ ଏବଂ ରେଙ୍ଗାଲିର ପ୍ରମୋଦ ରଣା । ବିପିନ ହେଉଛନ୍ତି କଣ୍ଟାମାଳ ଜିଲ୍ଲା ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀନୀଙ୍କ ସ୍ୱାମୀ । ସେହିପରି ପ୍ରମୋଦ ହେଉଛନ୍ତି ରେଙ୍ଗାଲି ସରପଞ୍ଚଙ୍କ ସ୍ୱାମୀ ।
ବିପିନ ପ୍ରଧାନଙ୍କ ଘରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି । ପ୍ରାୟ ୨ ବସ୍ତା ଗଞ୍ଜେଇ ମିଳିଛି । ସେହିପରି ଦୀର୍ଘ ଦିନ ହେବ ପ୍ରମୋଦ ବୌଦ୍ଧ ପୋଲିସ ନଜରରେ ଥିଲେ । ପ୍ରମୋଦଙ୍କର ୮ କ୍ୱିଣ୍ଟାଲ୍ ୩୭ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏକ ଟ୍ରକରେ ଗଞ୍ଜେଇ କୋଲକାତା ଚାଲାଣ ହେଉଥିବାବେଳେ ପୋଲିସ ଟିମ୍ ମାଡ଼ି ବସିଥିଲା । ପେଟ୍ରୋଲ ପମ୍ପ ନିକଟରୁ ପ୍ରମୋଦଙ୍କୁ ପୋଲିସ ଉଠାଇ ଆଣିଥିଲା ।
ଉଭୟ ବିପିନ ଏବଂ ପ୍ରମୋଦ ପୂର୍ବତନ ବିଜେଡି ବିଧାୟକ ମହୀଧର ରଣାଙ୍କ ସହଯୋଗୀ ଅଟନ୍ତି । ଏହି ଗଞ୍ଜେଇ କାରବାରରେ ଆଉ କାହାର ସମ୍ପୃକ୍ତି ଅଛି, ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।