ବେଙ୍ଗାଲୁରୁର ଦକ୍ଷିଣ ଜିଗାନି ଅଞ୍ଚଳରେ ଏକ ଭଡ଼ା ଘରୁ ଓଡ଼ିଶାର ଏକ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଏହାକୁ ଘରୋଇ କଳହ ପରେ ଆତ୍ମହତ୍ୟା ଉଦ୍ୟମ ବୋଲି ସନ୍ଦେହ କରୁଛି। ମୃତ ଦମ୍ପତି ହେଲେ ୨୫ ବର୍ଷୀୟ ରାକେଶ ପାତ୍ର ଓ ସୀମା ନାୟକ।
ପ୍ରଥମେ ପଡ଼ୋଶୀମାନେ ଘରୁ ଦୁର୍ଗନ୍ଧ ଆସିବା ଦେଖି ଏବଂ ସେହି ଘରମଧ୍ୟରୁ ଲୋକଙ୍କ କୌଣସି ଗତିବିଧି ନ ଥିବା ଲକ୍ଷ୍ୟ କରି ସୋମବାର ଏହି ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ, ଏହା ପରେ ପୋଲିସ ଆସି ମୃତଦେହକୁ ଉଦ୍ଧାର କରିଥିଲା।
ସୂଚନା ମୁତାବକ,ଦେଉଳଡିହା ଗ୍ରାମର ଟଙ୍କଧର ପାତ୍ରଙ୍କ ପୁଅ ସ୍ଥାନୀୟ ଛାମୁଣ୍ଡା ପଞ୍ଚାୟତ ସିରିଆ ବାହାଳ ଗ୍ରାମର ହୃଦାନନ୍ଦ ନାୟକଙ୍କ ଝିଅ ସୀମାକୁ ତିନି ଚାରି ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ। ବିବାହ ପରେ ରାକେଶ ପତ୍ନୀଙ୍କୁ ଧରି ବାଙ୍ଗାଲୋର ଚାଲି ଯାଇଥିଲେ। ସେଠାରେ ରାକେଶ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ ଏବଂ ଏକ ଭଡ଼ା ଘରେ ଉଭୟ ରହୁଥିଲେ। ଏବେ ଉଭୟଙ୍କ ମୃତଦେହକୁ ସେହି ଭଡ଼ା ଘରୁ ବାଙ୍ଗାଲୋର ପୁଲିସ ଉଦ୍ଧାର କରିଛି। ଏହା ଆତ୍ମହତ୍ୟା କି ହତ୍ୟା ତାହା ବର୍ତମାନ ସୁଦ୍ଧା ଜଣା ପଡିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।