ସ୍କୁଲକୁ ପଶିଆସିଲା ଭାଲୁ । ଭାଲୁ ଆସିବାରି ଅଧାରୁ ବନ୍ଦ ହେଲା ସ୍କୁଲ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଦହଣା ସରକାରୀ ପ୍ରାଥମିକ ସ୍କୁଲରେ । ସୂଚନା ଅନୁସାରେ ସ୍କୁଲ ଖୋଲାଯାଇ ପିଲାମାନଙ୍କର କ୍ଲାସ ଚାଲିଥିଲା ଆଉ ଏହି ସମୟରେ ଭାଲୁଟି ସ୍କୁଲ ଭିତରକୁ ପଶିଆସିଥିଲା । ଫଳରେ ଛାତ୍ରଛାତ୍ରୀ ମାନେ ଭୟଭୀତ ହୋଇଯାଇଥିଲେ । ଏବଂ ସ୍କୁଲ ଅଧାରୁ ବନ୍ଦ ହୋଇଯାଇଥିଲା । ଯାହାକି ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ସୃଷ୍ଟି ହୋଇଛି ।