ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସିଇଓ ନିଯୁକ୍ତି ପୂର୍ବରୁ ୩ ଜଣ ସଦସ୍ୟଙ୍କୁ ନିଯୁକ୍ତି ମିଳିଛି । ବୁଧବାର ଟ୍ରଷ୍ଟର ଖାଲି ଥିବା ତିନୋଟି ପଦରେ ଅଯୋଧ୍ୟାର ମଦନ ମୋହନ ପାଣ୍ଡେୟ, ଦିଲ୍ଲୀର ମହେଶ ଭାଗଚନ୍ଦକା ଏବଂ ଶିକୋହାବାଦର ନିର୍ମଲା ଯାଦବଙ୍କୁ ନୂତନ ନିଯୁକ୍ତି ମିଳିଛି । ଚମ୍ପତରାୟ, ରଜେଶ ମିଶ୍ରା ଏବଂ ସ୍ୱର୍ଗତ ବିମଲେନ୍ଦ୍ର ମୋହନ ମିଶ୍ରାଙ୍କ ସ୍ଥାନରେ ଏମାନଙ୍କୁ ସ୍ଥାନ ମିଳିଛି ।
ଆଜି ରାମମନ୍ଦିର ଟ୍ରଷ୍ଟକୁ ନୂତନ ସିଇଓ ମିଳିବ । ଦାନ ଚୋରି ମାମଲାରେ ଛନ୍ଦି ହୋଇପଡ଼ିଥିବା ଚମ୍ପତ ରାୟ ଏବଂ ଟ୍ରଷ୍ଟି ଅନିଲ ମିଶ୍ରାଙ୍କ ଇସ୍ତଫା ପରେ ନୂତନ ସିଇଓ ନିଯୁକ୍ତି ହେବ । ଏଥିପାଇଁ ଜୁଲାଇ ୬ରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସିଇଓ ପଦ ପାଇଁ ମୋଟ ୫, ୫୮୫ ଆବେଦନ ହୋଇଛି । ପୂର୍ବତନ ବିଚାରପତି ପ୍ରମୋହ କୋହଲୀଙ୍କ ଅଧ୍ୟକ୍ଷତାରେ ଗଠିତ ସ୍କ୍ରିନିଂ କମିଟି ୧୬ ଜଣ ଆଶାୟୀଙ୍କର ସାକ୍ଷାତକାର ନେଇଛନ୍ତି । ଏହା ପରେ ତିନି ଜଣଙ୍କ ନାମ ଯୁଉମୁଦ ଲଫାପାରେ ବନ୍ଦ କରାଯାଇ ଟ୍ରଷ୍ଟର ଅଧ୍ୟକ୍ଷକଙ୍କୁ ହସ୍ତାନ୍ତର କରାଯାଇଛି ।