ଜବତ ହେଲା ତିନି କୋଇଲା ବୋଝେଇ ଟ୍ରକ । ଭୁବନ ଥାନା ଅନ୍ତର୍ଗତ ସ୍ଥାନୀୟ ରଗଡି ଛକ ନିକଟରେ ପୋଲିସ ପାଟ୍ରୋଲିଂ ସମୟରେ ରଙ୍ଗ ରୁଟରେ ଏହି ତିନୋଟି ଟ୍ରକ ଯାଉଥିବା ବେଳେ ପୋଲିସ ଏହି ଟ୍ରକକୁ ଜବତ କରିଥିଲା । ତେବେ କୋଇଲା ବୋଝେଇର ଉପଯୁକ୍ତ ଚାଲାଣ ଡ୍ରାଇଭର ଦେଖାଇ ନଥିବା ଓ ରଙ୍ଗରୁଟରେ ଯିବା କାରଣରୁ ତିନ ଡ୍ରାଇଭରଙ୍କୁ କୋର୍ଟଚାଲାଣ କରାଯାଇଛି। ତେବେ ତିନୋଟି ଟ୍ରକ୍ ଡ଼ୁବୁରୀ ଅଞ୍ଚଳରୁ କୋଇଲା ବୋଝେଇ କରି ଭୁବନ ଦେଇ ଢେଙ୍କାନାଳ ଯାଉଥିବା ଜଣାପଡିଛି ।