ଦିନକୁ ଦିନ ତେଜୁଛି ବିଜେଡ଼ି କର୍ମୀଙ୍କ ମଧ୍ୟରେ ବିବାଦ। ବଡ଼ଚଣା ଆସନ ପାଇଁ ବିଜୁ ଜନତା ଦଳରେ ଏକାଧିକ ଆଶାୟୀ। ଏହି ବିବାଦରେ ଜନ୍ମେଜୟଙ୍କ ପରେ ମୁଣ୍ଡ ଟେକିଲେ ରାଜ୍ୟ ବିଜୁ ଜନତା ଦଳର ସଧାରଣ ସମ୍ପାଦିକା ମନୋରମା ଆଚାର୍ଯ୍ୟ। ଶତାଧିକ ମହିଳା ମାନଙ୍କୁ ସଂଗଠିତ କରି "ମୋ ବଡ଼ଚଣା ତତଫରୁ ପଦଯାତ୍ରା ଓ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଛନ୍ତି ମନୋରମ। ବିଜେଡି ବିଧାୟକ ଅମରଙ୍କ ବିରୋଧରେ ମନରୋମା ନିଜର ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରିଦେଲେଣି।
ଆଜି ବଡ଼ଚଣା ସ୍ଥିତ ବାଲିଚନ୍ଦ୍ରପୁର ଠାରେ ପଦଯାତ୍ରା ସାଙ୍ଗକୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି। ତେବେ ଏହି କାର୍ଯ୍ୟକ୍ରମରେ ଦଳୀୟ ପତାକାର ସମାରୋହ ହୋଇ ନଥିଲେ ବି ମନୋରମା ନିଜ ପ୍ରତିକ୍ରିୟାରେ ବଡ଼ଚଣା ବିକାଶ ଓ ବିଜୁ ଜନତା ଦଳର ଟିକେଟରେ ଲଢେ଼ଇ କରିବା ପାଇଁ ସେ ପ୍ରସ୍ତୁତ ବୋଲି ପ୍ରକାଶ କରିଛନ୍ତି। ଏମିତି ବିଜେଡ଼ି କନ୍ଦଳ ଭିତରେ ଦଳର ସୁପ୍ରିମୋ କାହାକୁ ଟିକେଟ ଦେବେ ସେ ନେଇ ବଡ଼ଚଣା ବିଜୁ ଜନତା ଦଳର କର୍ମୀ ଓ ନେତୃତ୍ବ ଚିନ୍ତାରେ ପଡିଛନ୍ତି। ବଡ ପଣ୍ଡା ବୁଲାଉ ଥିବା ବଡଚଣା ବିଧାୟକ ୩୦ବର୍ଷ କ୍ଷମତା ଉପଭୋଗ କରିଥିଲେ ମଧ୍ୟ ଏଥର ନିର୍ବାଚନ ଲଢିବା ଏତେ ସହଜ ହେବ ନାହିଁ ବୋଲି ମନୋରମା ଆଚାର୍ଯ୍ୟ କହିଛନ୍ତି।