ଭୁବନେଶ୍ୱର: ପୁଣି ମାଡି ଆସୁଛି ଆଉ ଏକ କାଳ ବୈଶାଖୀ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ସମ୍ବଲପୁରରେ ପାରଦ ୪୨ଛୁଇଁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାର କରିଛି । ତେବେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତନ ହେବ ନାହିଁ । ରାଜ୍ୟରେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ନାହିଁ । ତେବେ ଏପ୍ରିଲ ୨ ତାରିଖରୁ ପାଗରେ ପରିବର୍ତନ ହେବ ।
ଆସନ୍ତା ଏପ୍ରିଲ ୨ ରୁ ୫ ତାରିଖ ମଧ୍ୟରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ହେବ । ତେବେ ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ପାଇବ ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ରାୟଗଡା ଓ ଗଜପତିରେ ବର୍ଷା ହାଲୁକରୁ ମାଧ୍ୟମ ଧରଣର ରହିବ ।