ଭୁବନେଶ୍ୱର:୨୦୨୪ ନିର୍ବାଚନରେ ଜଟଣୀରେ କଂଗ୍ରେସ ପରାଜୟ ପ୍ରସଙ୍ଗରେ ବଡ ବୟାନ ଦେଲେ ବରିଷ୍ଠ କଂଗ୍ରେସ ନେତା ସୁରରାଉତ ରାୟ। ସୋମବାର ଦିନ ଜଟଣୀରୁ ନିର୍ବାଚନ ଲଢ଼ିବା ନେଇ କହିଥିଲେ। ହେଲେ ପ୍ରତିକ୍ରିୟା ଦେବାର ଗୋଟିଏ ଦିନ ପରେ ଅର୍ଥାତ ବୁଧବାର ସେ ନିଜ ବୟାନ ବଦଳାଇଛନ୍ତି। ସୁର, କହିଛନ୍ତି ଯେ ଆଉ ନିର୍ବାଚନ ଲଢ଼ିବାର ନାହିଁ। ଥରେ ସନ୍ୟାସ ଘୋଷଣା ପରେ ପୁଣି ନିର୍ବାଚନ ଲଢ଼ିବା ପ୍ରଶ୍ନ ଉଠୁନି, କିନ୍ତୁ ମୋ ସମ୍ମତିରେ ଜଟଣୀରୁ କଂଗ୍ରେସ ଟିକେଟ ଫାଇନାଲ ହେବ।
ତେବେ ୨୦୨୪ରେ କଂଗ୍ରେସ ହାରିବାର କାରଣକୁ ନେଇ ସୁର କହିଛନ୍ତି, ଏଥର କଂଗ୍ରେସ ହାରିନଥାନ୍ତା। କେବଳ ଦୁଇ ପୁଅ ପାଇଁ ମୋତେ ମୁଣ୍ଡ ନୁଆଇଁବା ପାଇଁ ପଡିଲା। ଏଥିରେ ମିଛ ନାହିଁ। ଦିତୀୟ ଥର ସେ ଭୁଲ ହେବନି। ଯିଏ ବି ଛିଡ଼ା ହେବ ତାଙ୍କ ସମ୍ମତିରେ ଛିଡ଼ା ହେବ ଏବଂ ଜିତିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ।
ଅଧିକ ପଢନ୍ତୁ: ପୁଣି ଜଟଣୀରୁ ନିର୍ବାଚନ ଲଢ଼ିବା ନେଇ ସଙ୍କେତ ଦେଲେ ସୁର ରାଉତରାୟ