ଭୁବନେଶ୍ୱର: PUCC ଫାଇନ୍ କମାଇବାକୁ ଯୋଜନା ଚାଲିଛି। PUCC କୁ ହାଇକୋର୍ଟର ଖାରଜ ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ମନ୍ତ୍ରୀ କହିଛନ୍ତି, ସମସ୍ତଙ୍କୁ ପିୟୁସିସି କରିବା ବାଧ୍ୟତାମୂଳକ। ଟୋଲ୍ ଗେଟ୍ରେ ପିୟୁସିସି ଫାଇନ୍ କମାଇବା ପାଇଁ ରାଜ୍ୟ ସରକାରଙ୍କ ଯୋଜନା ଚାଲିଛି। ୧୦ ହଜାର ଟଙ୍କା ଫାଇନ୍ କୁ କମ୍ କରିବାକୁ ଆଲୋଚନା ଚାଲିଛି।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ବାୟୁ ପ୍ରଦୂଷଣ ନେଇ ପିୟୁସିସି ନିୟମକୁ କଡାକଡି କରାଯାଇଥିଲା। ଯାହାର ଗାଡ଼ି ଅଛି, ସରକାରଙ୍କ ପକ୍ଷରୁ ସେମାନଙ୍କୁ ପିୟୁସିସି କରିବାକୁ କୁହାଯାଇଥିଲା। ଯୋଉ କଥା ଆମେ କହୁଥିଲୁ ଲୋକଙ୍କ ଆବେଗ ଥିଲା ଯେ PUCC ହଠାତ ବୋଝ ଭଳିଆ ହେଇଗଲା ବୋଲି। ମେଣ୍ଡୋଟରୀ ନୂଆଁ କିଛି ନଥିଲା। ଗାଡ଼ି ଥିଲେ PUCC ଆବଶ୍ୟକ। ଯେମିତି ଫିଟନେସ ଦରକାର, ଲାଇସେନ୍ସ ଦରକାର ସେମିତି PUCC ର ମଧ୍ୟ ଆବଶ୍ୟକ ଥିଲା। ହଠାତ କାର୍ଯ୍ୟକାରି କରାଯିବାରୁ ଲୋକେ ବୋଝ ବୋଲି ଭାବିଲେ।
ବକେୟା ଚାଲାଣ ପୈଠ ନ କଲେ ଗାଡ଼ିକୁ ପ୍ରଦୂଷଣ ପ୍ରମାଣପତ୍ର (ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ ସାର୍ଟିଫିକେଟ୍) ନ ଦେବାକୁ ରାଜ୍ୟ ସରକାର ଗ୍ରହଣ କରିଥିବା ନିଷ୍ପତ୍ତରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଥିଲେ। ଓଡ଼ିଶାର ବାୟୁ ପ୍ରଦୂଷଣ ବଢୁଛି l ଓଡ଼ିଶାରେ କୋଟିଏ ରୁ ଉର୍ଦ୍ଧ୍ବ ଗାଡ଼ି ହେଲାଣି। ତାକୁ ଆଖି ଆଗରେ ରଖି ଆମେ ଅମାନିଆ ମାନଙ୍କ ପାଇଁ PUCC ନାହିଁକି ତେଲ ନାହିଁ କଲୁ ସମସ୍ତେ ବ୍ୟଘ୍ରତାର ସହ PUC ସାର୍ଟିଫିକେଟ କଲେ। ପରୋକ୍ଷରେ ଗୋଟେ ପ୍ରକାର ଆଲୋଡନ ସୃଷ୍ଟି କଲେ। ଆମେ ବାରମ୍ବାର ଅନୁରୋଧ କଲୁ ଯେ ୯୦ ଦିନ ଯୋଉ କଥା କାଲି ମାନ୍ୟବର ହାଇକୋର୍ଟ କହିଲେ ୯୦ ଦିନର ଯଦି ଚାଲାଣ ବାକି ଅଛି puc ହେଇ ପାରିବ ନାହିଁ ଏବଂ ଜନସ୍ବାର୍ଥ ମାମଲା ଦାଖଲ କରିବା ଲୋକଙ୍କ ଅଧିକାର, ଲୋକଙ୍କ ସ୍ଵାଧୀନତା ମଧ୍ୟ... ମାନ୍ୟବର ହାଇକୋର୍ଟ ତାକୁ ଖାରଜ କଲେ। କାହାଠୁ ଜରିମାନା ନେଇକି ସରକାର ଚାଲିବା ଆମ ସରକାରଙ୍କ ପ୍ରାଥମିକତା ନାହିଁl ନିଶ୍ଚିତ ଭାବେ ତାକୁ ତର୍ଜମା କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ଅଧିକ ପଢନ୍ତୁ: PUCC ପାଇଁ ବକେୟା ଚାଲାଣ ପୈଠ ବାଧ୍ୟତାମୂଳକ: ହାଇକୋର୍ଟ