ପରୀକ୍ଷା କେନ୍ଦ୍ରରେ ଜୀବନ ହାରିଲେ ଛାତ୍ରୀ
Khabar Odisha:student-dies-in-exam-center
ଖବର ଓଡିଶା : 20/03/2023:

ଆଜି ଥିଲା ମାଟ୍ରିକ ପରୀକ୍ଷାର ଶେଷଦିନ | ପରୀକ୍ଷା କେନ୍ଦ୍ରରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ଜୀବନ ହାରିଲେ ଛାତ୍ରୀ । ମୃତ ଛାତ୍ରୀ ହେଲେ ଯାଜପୁର ଟାଉନ ଥାନା ବରହଟା ପାଇଲ ସାହି ଗାଁର ରଶ୍ମିବାଳା ପାଢ଼ୀ। ସେ ଯାଜପୁର ମୁନ୍ସିପାଲ ହାଇସ୍କୁଲରେ ପରୀକ୍ଷା ଦେଉଥିଲେ। ଖବର ପରେ ପରିବାରରେ ଦୁଃଖର ଛାଇ ଖେଳିଯାଇଥିବାବେଳେ ପରୀକ୍ଷା କେନ୍ଦ୍ରରେ ଭିଡ ଦେଖିବାକୁ ମିଳିଥିଲା। ତେବେ ଛାତ୍ରୀଜଣଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।  ପରୀକ୍ଷା ଚାପରେ ଥାଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି କୁହାଯାଉଛି । 

Subscribe

National International State Sports Entertainment