ନୂଆଦିଲ୍ଲୀ: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ତିରୁଅନନ୍ତପୁରମ ବାସଭବନରେ ଚଢ଼ଉ କରିବାକୁ ଯାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ ଉପରକୁ ଆକ୍ରମଣ ହୋଇଛି । ସିପିଆଇଏମ୍ ସମର୍ଥକମାନେ ଇଡି ଗାଡ଼ିକୁ ଭଙ୍ଗାରୁଜା କରିଥିବାରୁ ସୂଚନା ଆସିଛି ।
ଇଡି ଚଢ଼ଉ ଖବର ପାଇଁ ବିଜୟନଙ୍କ ବାସଭବନ ସମ୍ମୁଖରେ ଶତାଧିକ ସମର୍ଥକ ଏକତ୍ରିତ ହୋଇଯାଇଥିଲେ । ଏହା ପରେ ଇଟାରେ ଇଡି ଗାଡ଼ି କାଚକୁ ଭଙ୍ଗାରୁଜା କରିଛନ୍ତି । ଇଡି ବିରୁଦ୍ଧରେ ନାରାବାଜି କରିବା ସହିତ ଫେରିଯିବାକୁ ସ୍ଲୋଗାନ ଦେଇଥିଲେ । ଗାଡ଼ି ଭଙ୍ଗାରୁଜାର ଭିଡ଼ିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେରଳର ୧୨ଟି ସ୍ଥାନରେ ଚଢାଉ କରିଥିଲା, ଯେଉଁଥିରେ ବିଜୟନଙ୍କ ଭଡା ଘର ମଧ୍ୟ ସାମିଲ ଥିଲା। କୋଚିନ୍ ମିନେରାଲ୍ସ ଆଣ୍ଡ ରୁଟାଇଲ୍ ଲିମିଟେଡ୍ ମାମଲା ସହିତ ଜଡିତ ଆର୍ଥିକ ହେରଫେର୍ ମାମଲାରେ ଚଢ଼ଉ ହୋଇଥିଲା । । ଏହି ମାମଲାରେ ପୂର୍ବତନ କେରଳ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଝିଅ ମଧ୍ୟ ତଦନ୍ତାଧୀନ ଅଛନ୍ତି। ଏଜେନ୍ସି ତିରୁବନନ୍ତପୁରମ, କୋଚି ଏବଂ କନ୍ନୁରରେ ଥିବା ପିନାରାଇ ବିଜୟନଙ୍କ ଝିଅ ବୀଣା ବିଜୟନଙ୍କ ସହ ଜଡିତ ୧୨ଟି ସ୍ଥାନରେ ଛାପା ମାରିଥିଲା ।