ଏରସମା: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଢିଙ୍କିଆ ଠାରେ ପ୍ରସ୍ତାବିତ ବହୁ ପ୍ରତିକ୍ଷୀତ ଜେଏସଡବ୍ଲ୍ୟୁର ଉତ୍କଳ ଷ୍ଟିଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବ ଭାରତର ବିକାଶର ମଙ୍ଗ ଧରିବ ପାରାଦ୍ୱୀପ । ପାରଦ୍ୱୀପଠାରୁ ଏରସମା ପର୍ଯ୍ୟନ୍ତ ଶିଳ୍ପର ବିକାଶ ହେବ । ଯେଉଁ ବର୍ଷ ଦୁଇ ଦଶକ ତଳେ ଲୋକେ ଦେଖିଥିଲେ ଆଜି ତାହା ପୂରଣ ହେବାକୁ ଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାର ଉପରେ ବର୍ଷିଛନ୍ତି ।୨୦୦୫ରେ ମସିହାରେ ପୂର୍ବ ସରକାର ସମୟରେ ପୋସ୍କୋ ସହିତ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । କିନ୍ତୁ ଆନ୍ତରିକତା ଅଭାବରୁ ପୋସ୍କୋ ରାଜ୍ୟ ସହିତ ଦେଶ ଛାଡ଼ି ପଳାଇଲା । କିନ୍ତୁ ବିଜେପି ସରକାର ଆସିବା ପରଠାରୁ ଶିଳ୍ପାୟନରେ ଅଗ୍ରଗତି ହୋଇଛି । ୨୦୨୮ରେ ହେବାକୁ ଥିବା ଶିଳାନ୍ୟାସ ୨ ବର୍ଷ ପୂର୍ବରୁ ହୋଇଛି । ଏହା ଏହା ଐତିହାସିକ ଦିନ । ଏଥିପାଇଁ ଜିନ୍ଦଲ ମୁଖ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସାଂସଦ ବିଭୁ ପ୍ରସାଦ ତରାଇ, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ବିଧାୟକ ଅମରେନ୍ଦ୍ର ଦାସ ଏବଂ ଜେଏସ୍ଡବ୍ଲ୍ୟୁ ମୁଖ୍ୟ ସଜ୍ଜନ ଜିନ୍ଦଲ୍ ପ୍ରମୁଖ ଯୋଗ ଦେଇଥିଲେ ।