ଯଦି ଆପଣଙ୍କ WhatsAppକୁ ହେଲମେଟ୍ କିମ୍ବା ସିଟ୍ବେଲ୍ଟ ନ ପିନ୍ଧିବା ନାମରେ e-Challan ଆସୁଛି, ତେବେ ସତର୍କ ହୋଇଯାଆନ୍ତୁ। ଏଭଳି ମେସେଜ୍ ମାଧ୍ୟମରେ ସାଇବର ଠକମାନେ ଲୋକଙ୍କୁ ଟାର୍ଗେଟ୍ କରୁଥିବା ବେଳେ ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ (STA) ବଡ଼ ସତର୍କବାଣୀ ଜାରି କରିଛି।
STA ସ୍ପଷ୍ଟ କରିଛି ଯେ, e-Challan ଦେୟ ପୈଠ ପାଇଁ କେବେ ବି WhatsAppରେ ମେସେଜ୍ ପଠାଏ ନାହିଁ। ଠକମାନେ ନକଲି ଟ୍ରାଫିକ୍ ଚାଲାଣ ମେସେଜ୍ ପଠାଇ ତାହା ସହ ମାଲିସିଅସ୍ APK ଫାଇଲ୍ କିମ୍ବା ସନ୍ଦେହଜନକ ଲିଙ୍କ୍ ଯୋଡ଼ୁଛନ୍ତି। ଲିଙ୍କ୍ରେ କ୍ଲିକ୍ କଲେ ବ୍ୟକ୍ତିଗତ ତଥ୍ୟ, ବ୍ୟାଙ୍କ ସୂଚନା କିମ୍ବା OTP ଚୋରି ହେବାର ଆଶଙ୍କା ରହିଛି।
STA କଣ କହିଛି?
ପରିବହନ ପ୍ରାଧିକରଣ କହିଛି, ସମସ୍ତ e-Challan ଦେୟ କେବଳ ସରକାରୀ Parivahan ୱେବସାଇଟ୍ ମାଧ୍ୟମରେ କରନ୍ତୁ। ଅନ୍ୟ କୌଣସି ଲିଙ୍କ୍, ଆପ୍ କିମ୍ବା ୱେବସାଇଟ୍ରେ ଯାଇ ଟଙ୍କା ପୈଠ କରନ୍ତୁ ନାହିଁ।
ଅଫିସିଆଲ୍ ୱେବସାଇଟ୍: echallan.parivahan.gov.in
ନିଜକୁ କେମିତି ସୁରକ୍ଷିତ ରଖିବେ?
- WhatsAppରେ ଆସିଥିବା ଅଜଣା e-Challan ଲିଙ୍କ୍ରେ କ୍ଲିକ୍ କରନ୍ତୁ ନାହିଁ।
- APK ଫାଇଲ୍ ଡାଉନଲୋଡ୍ କରନ୍ତୁ ନାହିଁ।
- କେବଳ ସରକାରୀ Parivahan ପୋର୍ଟାଲ୍ରେ ଚାଲାଣ ଯାଞ୍ଚ କରନ୍ତୁ।
ସନ୍ଦେହଜନକ ମେସେଜ୍କୁ ତୁରନ୍ତ ରିପୋର୍ଟ କରନ୍ତୁ। ସାଇବର ଅପରାଧୀମାନେ ଦିନକୁ ଦିନ ନୂଆ କୌଶଳ ଆପଣାଉଥିବାରୁ STA ସମସ୍ତ ଗାଡ଼ି ଚାଳକଙ୍କୁ ସଚେତନ ରହିବାକୁ ଅନୁରୋଧ କରିଛି।