ନୂଆଦିଲ୍ଲୀ: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଚୟନ ନେଇ ଆଜି ସୁପ୍ରିମକୋର୍ଟ ଚୂଡ଼ାନ୍ତ ଶୁଣାଣି ହେବ । ସୁପ୍ରିମକୋର୍ଟ ଡିଜିପି ଚୟନ ନେଇ ଚୂଡ଼ାନ୍ତ ରାୟ ଶୁଣାଇ ପାରନ୍ତି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାଜ୍ୟରେ ନୂତନ ଡିଜିପି ନିଯୁକ୍ତି ହେବ ।
ଡିଜିପି ନିଯୁକ୍ତି ନେଇ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଗତ ଅଗଷ୍ଟ ୧୩ ତାରିଖରେ ସୁପ୍ରିମକୋର୍ଟ ଶୁଣାଣି କରି ରାଜ୍ୟରେ ଡିଜିପି ଚୟନ ପ୍ରକ୍ରିୟା ଉପରେ ଅନ୍ତରୀଣ ରହିତାଦେଶ ଲଗାଇଥିଲେ । ଏହା ପରେ ଗତ ଅଗଷ୍ଟ ୧୮ରେ ରାଜ୍ୟ ସରକାର ନିଜର ପକ୍ଷ ରଖିଥିଲେ । ସେପ୍ଟେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଥିଲା ।
ଏଠାରେ ଉଲ୍ଲେଖ ଯୋଗ୍ୟ, ସୁପ୍ରିମକୋର୍ଟଙ୍କ ରହିତାଦେଶ ପରେ ରାଜ୍ୟ ସରକାର ଅନ୍ତରୀଣ ଡିଜିପି ନିଯୁକ୍ତ କରିଛନ୍ତି । ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ଅନ୍ତରୀଣ ଡିଜିପି ଦାୟିତ୍ୱ ପ୍ରଦାନ କରାଯାଇଛି ।