ଜଳେଶ୍ଵର : ବାଲେଶ୍ୱରର ରାଜଘାଟରେ ଜଳସ୍ତର ୧୧.୫୨ ମିଟରକୁ ବୃଦ୍ଧି ପାଇଛି। ଯାହା ଫଳରେ ଜିଲ୍ଲାର ତଳିଆ ଅଞ୍ଚଳଗୁଡ଼ିକ ବୁଡ଼ି ଯାଇଛି।ସେହିପରି ସୁବର୍ଣ୍ଣରେଖା ନଦୀ ମଧ୍ୟ ଜଳେଶ୍ୱରରେ ବିପଦ ସଙ୍କେତ ଅତିକ୍ରମ କରିଛି। ସଦ୍ଯତମ ରିପୋର୍ଟ ଅନୁଯାୟୀ, ଆଜି ରାଜଘାଟରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ସକାଳ ୬ଟା ସୁଦ୍ଧା ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ୧୧.୫୨ ମିଟରକୁ ବୃଦ୍ଧି ପାଇଛି। ଗାଲୁଡିହି ବ୍ୟାରେଜ ଖୋଲିବା ପରେ ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା। ଫଳରେ ୧୩ଟି ଗେଟ ଖୋଲାଯିବା ପରେ ତଳ ମୁଣ୍ଡରେ ବନ୍ୟା ପରସ୍ଥିତି ସୃଷ୍ଟି ହୋଇଛି।ବନ୍ଯା ଆସିବା ଯୋଗୁ ବାଲିଆପାଳ , ଜଳେଶ୍ବର ଏବଂ ଭୋଗରାଇ ବ୍ଲକର ଶତାଧିକ ଗାଁ ଜଳମଗ୍ନ ହୋଇଥିବା ବେଳେ କିଛି ସ୍ଥାନ ବାହ୍ଯ ଜଗତରୁ ବିଚ୍ଛିନ୍ନ ହୋଇଛି, ଅନେକ ସ୍ଥାନରେ ରାସ୍ତା ଉପରେ ୫ ଫୁଟ ବନ୍ଯା ଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହେଉଯାତାୟ। ଲୋକମାନେ ଦେଶୀ ଡଙ୍ଗା ଏବଂ ପାୱାରବୋର୍ଟ ରେ ଯାତାୟତ କରୁଛନ୍ତି ।ପୂର୍ବରୁ ଆସିଥିବା ବନ୍ଯା ପାଣି ସମ୍ପୂର୍ଣ୍ଣ ଛାଡି ନଥିବା ବେଳେ ପୁଣି ବନ୍ଯା ଆସିବା ଫଳରେ ଲୋକଙ୍କ ଦୁର୍ଦ୍ଦଶା ବଢୁଛି। ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଥିବା ନେଇ କର୍ତ୍ତୃପକ୍ଷ ସତର୍କ ଅଛନ୍ତି।
ରାଜ୍ୟର ଜିଲ୍ଲାଗୁଡ଼ିକର ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ସମସ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଉପରେ କର୍ତ୍ତୃପକ୍ଷଙ୍କ ନଜରରେ ରହିଛି।