କଟକ : ମହାନଦୀକୁ ଡେଇଁ ଯୁବକ ନିଖୋଜ । ଶିଖରପୁର-ଜଗତପୁର ବ୍ରିଜରୁ ମହାନଦୀକୁ ଯୁବକ ଜଣକ ଡେଇଁ ପଡିଥିବା ଜଣା ପଡିଛି । ବ୍ରିଜ ଉପରେ ବାଇକ୍ ଓ ପରିଚୟ ପତ୍ର ରଖି ଦେଇ ମହାନଦୀକୁ ଡେଇଁଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ମହାନଦୀରେ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚଅପରେସନ ଜାରି ରହିଛି। ତେବେ କେଉଁ କାରଣରୁ ଯୁବକ ଜଣକ ମହାନଦୀକୁ ଡେଇଁଲେ ଜଣାପଡି ନାହିଁ।