ଯାଜପୁର ସହରରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଶ୍ରୀରାମ ସେବା ସମିତି ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରା ଯାଜପୁର ବିରଜା ହାଟ ନିକଟସ୍ଥ ମଙ୍ଗଳା ମନ୍ଦିର ପ୍ରାଙ୍ଗଣରୁ ବାହାରି ଦେବୀଗଡା ଘାଟ ନିକଟରେ ପହଁଚି ବିସର୍ଜନ କରାଯାଇଥିଲା । ଶୋଭାଯାତ୍ରା ଯାଜପୁରର ବିଭିନ୍ନ ଛକ ଦେଇ ଯାଇଥିବା ବେଳେ ପ୍ରତ୍ୟେକ ଛକରେ ଶ୍ରୀରାମଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରୀରାମ ଭକ୍ତ ମାନଙ୍କୁ ସ୍ୱାଗତ କରାଯାଇଥିଲା । ତେବେ ଏହି ଶୋଭାଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିଲା । ଶ୍ରୀରାମଙ୍କ ସଚେତନତା ଶୋଭାଯାତ୍ରା ପାଇଁ ପୁରା ଯାଜପୁର ସହରରେ ଏକ ଆଧ୍ୟାମିକ ପରିବେଶ ସୃଷ୍ଟି ହେବା ସହ ପୁରା ସହର ରାମମୟ ହୋଇଥିଲା। ଏହି ଶୋଭାଯାତ୍ରାରେ ୫ ହଜାରରୁ ଉର୍ଦ୍ଧ ଶ୍ରୀରାମ ଭକ୍ତ ସାମିଲ ହୋଇଥିଲେ।
ଅଧିକ ପଢନ୍ତୁ : ସୁନାବେଶରେ ମାଁ ମଝିଘରିଆଣୀ