ବାରବାଟୀ-କଟକ ଆସନରୁ କଂଗ୍ରେସର ପ୍ରାର୍ଥୀତ୍ବକୁ ନେଇ ଅନେକ ଆଲୋଚନା ହେଉଥିବାବେଳେ ଏବେ ସେ ପ୍ରଶ୍ନର ଉତ୍ତର ରଖିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ। ତାଙ୍କ ଝିଅ ସୋଫିଆ ଫିର୍ଦୋଷଙ୍କୁ ଦଳ ଏହି ଆସନରୁ ପ୍ରାର୍ଥୀ କରିପାରେ ବୋଲି ସଂକେତ ମିଳୁଛି । ଦିଲ୍ଲୀରୁ ଫେରିବା ପରେ ମୋକିମଙ୍କ ଘରେ ତାଙ୍କ ସମର୍ଥକ, କଂଗ୍ରେସ କର୍ମୀ ଓ କର୍ପୋରେଟରମାନେ ଏ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ ଝିଅ ସୋଫିଆଙ୍କୁ ପ୍ରାର୍ଥୀ କରିବାକୁ ସହମତି ପ୍ରକାଶ ପାଇଥିଲା ଏବଂ ନିଜେ ବିଧାୟକ ମହମ୍ମଦ ମୋକିମ ମଧ୍ୟ ଏନେଇ ସୂଚନା ଦେଇଥିଲେ । ତେବେ ମେଟ୍ରୋ ଗ୍ରୁପର ନିର୍ଦ୍ଦେଶିକା ଅଛନ୍ତି ସୋଫିଆ ଫିର୍ଦୋଷ । ସଫଳ ବ୍ୟବସାୟୀ ସହ ରାଜନୀତିରେ ମଧ୍ୟ ସଫଳତା ହାସଲ କରିବେ ବୋଲି ଦଳୀୟ କର୍ମୀ ମତ ପ୍ରକାଶ କରିଛନ୍ତି । ତେବେ କଂଗ୍ରେସ ହାଇକମାଣ୍ଡ ବାରବାଟୀ-କଟକ ଆସନ ନେଇ କଣ ନିଷ୍ପତ୍ତି ନେଉଛନ୍ତି ତାହା ଆଗମୀ ଦିନରେ ଜଣା ପଡିବ । କିନ୍ତୁ କଂଗ୍ରେସ ପକ୍ଷରୁ ସୋଫିଆଙ୍କୁ ସମର୍ଥନ ମିଳିପାରେ ବୋଲି ଆଶା ରଖିଛନ୍ତି ବିଧାୟକ ମହମ୍ମଦ ମୋକିମ।
ଅଧିକ ପଢନ୍ତୁ : ସୋନପୁରରେ ନିର୍ବାଚନୀ ବିଗୁଲ ଫୁଙ୍କିବେ ଅମିତ ଶାହା