ଖୋର୍ଦ୍ଧା: ଲଗାଣ ବର୍ଷା ପାଇଁ ଆସନ୍ତାକାଲି ଯାଏଁ ଖୋର୍ଦ୍ଧାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଏହା ସହିତ ସମସ୍ତ ସରକାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ ।
ଆସନ୍ତାକାଲି ଯାଏଁ ଖୋର୍ଦ୍ଧାରେ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ରହିବ । ଏ ନେଇ ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ଚିଠି ଲେଖିଛନ୍ତି । ସେହିପରି ଆସନ୍ତା ଚାରି ଦିନ ଯାଏ କୌଣସି ସରକାରୀ କର୍ମଚାରୀ ଛୁଟିରେ ଯାଇପାରିବେ ନାହିଁ । ବିନା କାରଣରେ କେହି ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ।